Latest Odisha News

[ଦେଖନ୍ତୁ ଭିଡିଓ] କାଷ୍ଟିଂ କାଉଚ୍ ଅଭିଯୋଗର ‘ଅକ୍ଷୟ’ ଅଧ୍ୟାୟ, କିଏ କହୁଛି ସତ ?

ଅଭିଯୋଗ ପରେ ଅଭିଯୋଗ, କିଏ କହୁଛି ସତ ? ଯୁବତୀ ନା ଅକ୍ଷୟ ପରିଜା ?

ଭୁବନେଶ୍ୱର: ପ୍ରଥମେ ଯୌନ ଶୋଷଣ ଅଭିଯୋଗ ଯୁବତୀ ଆଣିବା ପରେ ଏବେ ଅକ୍ଷୟ ପରିଜା ପାଲଟା ଏତଲା ଦେଇଛନ୍ତି । ଅନ୍ୟପଟେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଅନ୍ତରଙ୍ଗ ମୁହୂର୍ତ୍ତର କେତେ ଗୁଡ଼ାଏ ଅଶ୍ଲୀଳ ଫଟୋ । ଯେଉଁଥିରେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଜଣେ ଯୁବତୀ ଥିବା ଦେଖା ଯାଉଛି । ଯାହାକି ଦେଖାଇବା ସମ୍ଭବ ନୁହେଁ ।

କିନ୍ତୁ ପ୍ରଶ୍ନ ଏହି ଭାଇରାଲ୍ ଫଟୋ କେତେ ସତ ? ଏହାକୁ ଏଡିଟିଂ କରି ଭାଇରାଲ୍ କରାଯାଇଛି କି ? ଯଦି ହଁ, ତେବେ କିଏ କରୁଛି ଭାଇରାଲ୍ ? ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ପରେ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି । ଏତଲାରେ ଅକ୍ଷୟ ଅଭିଯୋଗ କରିଛନ୍ତି, ତାଙ୍କ ଫଟୋକୁ ଅଶ୍ଲୀଳ କରି କିଛି ଲୋକ ତାଙ୍କୁ ୩ କୋଟି ଟଙ୍କା ମାଗୁଥିଲେ । ଏଥିରେ ଜଣେ ମହିଳା ଓକିଲଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଅକ୍ଷୟ ପରିଜା ।

ଅଭିଯୋଗ ପରେ ନୟାପଲ୍ଲୀ ପୋଲିସ ୩୮୪/୩୮୫/୫୦୬/୧୨୦(ବି) ଦଫା ଲଗାଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏତଲା ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ଅକ୍ଷୟ ପରିଜା । ଅନ୍ୟପଟେ ଯୁବତୀଙ୍କ ଏତଲା କପି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିଲେ ମଧ୍ୟ ଲକ୍ଷ୍ମୀସାଗର ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ପୋଲିସ କହିଛି । ତେବେ, ଥାନାରେ ଏତଲା ଦେଇଥିବା ଭିଡିଓ କରି କହିଛନ୍ତି ଯୁବତୀ ଜଣଙ୍କ ।

”ମୁଁ ହରିଜନ ଜାତିର ଝିଅ । ଦୀର୍ଘ ବର୍ଷ ହେବ ପ୍ରଡ୍ୟୁସର ଅକ୍ଷୟ ପରିଜା ମୋ ସହ ଜବରଦସ୍ତି ଶାରିରୀକ ସମ୍ପର୍କ ରଖୁଛନ୍ତି । ମୋର ନ୍ୟୁଡ୍ ଫଟୋ ରଖି ବ୍ଲାକମେଲିଂ କରୁଛନ୍ତି । ବ୍ଲାକମେଲ୍ କରି ଶାରିରୀକ ସମ୍ପର୍କ ପାଇଁ ବାଧ୍ୟ କରୁଛନ୍ତି । ଆଉ ପ୍ରତିବାଦ କରିବାରୁ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି । ମୋ ବାହାଘର ଠିକ୍ ହୋଇଥିବା ବେଳେ ଭାଙ୍ଗି ଦେଉଛନ୍ତି । ଭୁବନେଶ୍ୱରରେ ପରିବାରକୁ ରଖାଇ ଦେବେ ନାହିଁ ବୋଲି କହୁଛନ୍ତି । ଆଶା କରୁଛି ମୋତେ ନ୍ୟାୟ ମିଳିବ ।”

କାଷ୍ଟିଂ କାଉଚ୍ ନେଇ ଯୁବତୀ ଅଭିଯୋଗ ଆଣିଥିବା ବେଳେ ଏବେ ଅକ୍ଷୟ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ପୂର୍ବରୁ ସନ୍ଦୀପଙ୍କ ସହ ଜବାବ ସୁଆଲ୍ କାର୍ଯ୍ୟକ୍ରମରେ କାଷ୍ଟିଂ କାଉଚ୍ ଉପରେ ଅକ୍ଷୟ ପରିଜା କହିଥିଲେ, ତାଳି ଗୋଟିଏ ହାତରେ ବାଜେନି । ଅଭିଯୋଗ, ଏତଲା ଭିତରେ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍ ମାମଲାକୁ ଆହୁରି ସଙ୍ଗୀନ କରିଛି ।

Leave A Reply

Your email address will not be published.