Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଗାଁରେ ୫ଜି ସେବା

ଭୁବନେଶ୍ୱର :  ଆଜିଠାରୁ ଦେଶରେ ଆରମ୍ଭ ହେଲା  ୫ଜି ଯୁଗ । ଦେଶକୁ ୫ଜି ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରୁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇ ଆଦି କିଛି ନିର୍ଦ୍ଦିଷ୍ଟ ସହରରେ ୫ଜି ସେବା ମିଳିପାରିବ ।

ଏହି ୫ଜି ସେବା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁରୁ ଏକ ଆବାସିକ ବିଦ୍ୟାଳୟରୁ ଶୁଭାରମ୍ଭ ହୋଇଛି। ଓଡ଼ିଶାରେ ୫ଜି ଡେମୋନଷ୍ଟ୍ରେସନ ପାଇଁ  ମୟୂରଭଞ୍ଜ ଜିଲ୍ଲା ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଆଜି ସକାଳ ୧୦ଟା ସମୟରେ ଏସ ଏଲ ଏସ ସ୍କୁଲରେ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତଛାତ୍ରୀ ଯୋଗ ଦେଇ ୫ଜି ସେବାର ପ୍ରଥମ ଅନୁଭୂତି ପାଇଛନ୍ତି  । ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ୱିଧାନିକ ପଦ ରାଷ୍ଟ୍ରପତି ଆସନରେ ବସିବା ପରେ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁର ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେବାରେ ଲାଗିଛି ।

Leave A Reply

Your email address will not be published.