Latest Odisha News

BREAKING NEWS

ଘରଭଡା ବଞ୍ଚାଇବା ପାଇଁ ଭ୍ୟାନକୁ କରିଦେଲେ ଘର !

ଏଡ଼ିନବର୍ଗ: ସ୍କଟଲ୍ୟାଣ୍ଡର ୨୫ ବର୍ଷୀୟା କ୍ୟାଟଲିନ୍ ମାନ ଘରଭଡା ଦେଇ ଦେଇ ଏତେ ବିରକ୍ତ ହୋଇଗଲେ ଯେ, ଏଥିରୁ ମୁକୁଳିବା ପାଇଁ ଶେଷରେ ଗୋଟିଏ ଭ୍ୟାନକୁ ଘରରେ ପରିଣତ କରିଦେଲେ । ସେ ଭଡା ବାବଦକୁ ପ୍ରତି ମାସରେ ୨୫ ହଜାର ଟଙ୍କା ଦେଉଥିଲେ ।

ଏହା ସେଠାକାର ଦର ଅନୁସାରେ କମ୍ ଥିଲେ ମଧ୍ୟ କ୍ୟାଟଲିନ୍ ଉପରୋକ୍ତ ନିଷ୍ପତି ନେଇଥିଲେ । କଲେଜରୁ ଆସିବା ପରେ ସେ ଚାକିରୀକୁ ଯାଉଥିଲେ । ସେଥିରୁ ଫେରୁ ଫେରୁ ରାତି ହେଉ ଯାଉଥିଲା । କେବଳ ଶୋଇବା ପାଇଁ ଏତେଗୁଡିଏ ଅର୍ଥ ବରବାଦ କରିବା ତାଙ୍କ ମନକୁ ପାଇ ନ ଥିଲା । ଶେଷରେ ସେ ଏକ ପୁରୁଣା ଭ୍ୟାନ ଶସ୍ତାରେ କିଣିଲେ ଏବଂ ଏହାକୁ ମରାମତି କରିବା ସହ ଘରର ସମସ୍ତ ସୁବିଧା ଏଥିରେ ଯୋଡିଲେ ।

ଏବେ ସେ ଏଥିରେ କିପରି ରୋଷେଇ କରିବେ ସେ ନେଇ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି । ଆବଶ୍ୟକ ସ୍ଥଳେ ଭ୍ୟାନ ଚଲାଇ ମୁଁ ମୋର ଅନ୍ୟ କାର୍ଯ୍ୟ ମଧ୍ୟ କରିପାରୁଛି । ଏହି ଭ୍ୟାନ ନେଇ ମୁଁ ଇଂଲଣ୍ଡ ଓ ୟୁରୋପ ବୁଲିବି ବୋଲି କ୍ୟାଟଲିନ୍ କହିଛନ୍ତି । ତାଙ୍କ ସାଙ୍ଗମାନେ ଏହି ପଦକ୍ଷେପ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.