Latest Odisha News

BREAKING NEWS

ଆସନ୍ତାକାଲି ରିଲିଜ ନହୋଇପାରେ ଛପାକ !

ମୁମ୍ବାଇ: ପରଦାକୁ ଆସିବା ପୂର୍ବରୁ ବିବାଦ ଜାଲରେ ଛନ୍ଦି ହୋଇ ଯାଉଛି ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ର ଛପାକ । ଏହି ଚଳଚ୍ଚିତ୍ରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ଥମିବାର ନା ନେଉ ନାହିଁ । ଆଉ ଏବେ ଏସିଡ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ଫିଲ୍ମ ନିର୍ମାତାଙ୍କ ଠାରୁ ଖପ୍ପା ହୋଇ ଏହା ବିରୁଦ୍ଧରେ କୋର୍ଟରେ ଏକ ଯାଚିକା ଦାଏର କରିଛନ୍ତି ।

ସିନେମା ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଲକ୍ଷ୍ମୀଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛପାକ୍ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଯାଚିକା ଦାଖଲ କରିଛନ୍ତି । ପୂର୍ବରୁ ସେ ଟ୍ୱିଟ କରି ଫିଲ୍ମରେ ତାଙ୍କୁ କ୍ରେଡିଟ୍ ନଦିଆଯିବା କାରଣରୁ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ।

ସେ ବର୍ଷ ବର୍ଷ ଧରି ଏସିଡ୍ ପୀଡିତା ଲକ୍ଷ୍ମୀଙ୍କ ପାଇଁ କେଶ୍ ଲଢିଛନ୍ତି । କିନ୍ତୁ ଫିଲ୍ମରେ ତାଙ୍କୁ କୌଣସି କ୍ରେଡିଟ୍ ଦିଆଯାଇନାହିଁ । ସେଥିପାଇଁ ସେ ଫିଲ୍ମର ରିଲିଜକୁ ନେଇ ଯାଚିକା ଦାଖଲ କରିଥିବା କହିଛନ୍ତି ଅପର୍ଣ୍ଣା ।

ଅପର୍ଣ୍ଣାଙ୍କ ଏହି ଆବେଦନର ଗୁରୁବାର ଅପରାହ୍ନରେ ଶୁଣାଣି କରିଛନ୍ତି କୋର୍ଟ । ଚଳଚ୍ଚିତ୍ରରେ ଅପର୍ଣ୍ଣାଙ୍କୁ କ୍ରେଡିଟି ଦେବାକୁ ଚଳଚ୍ଚିତ୍ର ନିର୍ମାତାଙ୍କୁ କୋର୍ଟ ଆଦେଶ ଦେଇଛନ୍ତି ।

ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏସିଡ୍ ପୀଡିତା ଲକ୍ଷ୍ମୀଙ୍କ ଜୀବନୀ ଉପରେ ଆଧାରିତ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲର ଦେଖିବା ପରେ ଦର୍ଶକ ଫିଲ୍ମ ରିଲିଜକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ।

ତେବେ ଫିଲ୍ମ ନିର୍ମାତା କୋର୍ଟର ଆଦେଶକୁ ନମାନିଲେ ଆସନ୍ତା କାଲି ଫିଲ୍ମ ରିଲିଜ ହେବ କି ନାହିଁ ସେ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

Leave A Reply

Your email address will not be published.