Latest Odisha News

ଆମାଜନରେ ଦେଖା ଯାଉଥିବା କ୍ୟାଟ ଫିଶ ମିଳିଲା ବିହାରରେ

ପାଟନା: ବିହାରର ମୋତିହାରୀ ଜିଲ୍ଲାରେ ମାଛଧରାଳୀମାନେ ଏକ ଅଦ୍ଭୁତପ୍ରକାରର ମାଛ ଧରିଛନ୍ତି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ଭାରତ-ନେପାଳ ସୀମା ନିକଟରେ ସ୍ଥିତ ଅରୁଣା ନଦୀରେ ସେମାନେ ମାଛ ଧରୁଥିଲେ । ମାଛ ଜାଲରେ ଆମାଜନରେ ଦେଖାଯାଉଥିବା ଆମେରିକୀ କ୍ୟାଟଫିଶ ଏଥିରେ ପଡିଥିଲା । ୧୫୭୩୧ କିଲୋମିଟର ଦୂରରୁ ଏହି ମାଛ କିପରି ଏଠାକୁ ଆସିଲା ତାହା ନେଇ ମାଛଧରାଳୀମାନେ ଚକିତ ହୋଇଛନ୍ତି । ଏହି ଶିକାରୀ ପ୍ରଜାତିର ମାଛ ଅନ୍ୟ ମାଛକୁ ଖାଇଥାଏ । ଏହି ମାଛ କିଛି ମାତ୍ରାରେ ବିଲେଇ ପରି ଦେଖା ଯାଇଥାଏ ବୋଲି ଏହାର ନାମ କ୍ୟାଟଫିଶ ରଖାଯାଇଛି ।

ଏହି ମାଛ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । କ୍ୟାଟ ଫିଶ ମାଛ କଥା ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏହାକୁ ଦେଖିବା ପାଇଁ ଭୀଡ ବଢ଼ିବାରେ ଲାଗିଛି । ଏହି ମାଛ କିପରି ଏଠାକୁ ଆସିଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରେ ଆଉ କାହାର ଷଡଯନ୍ତ୍ର ରହିଥିବା ମଧ୍ୟ ଆଶଙ୍କା କରାଯାଉଛି । ଏହା ଏକ ଶିକାରୀ ପ୍ରଜାତିର ହୋଇଥିବାରୁ ଖୁବ କମ ଦିନରେ ଅନ୍ୟ ମାଛଗୁଡିକୁ ଖାଇ ଦେଇଥାଏ । ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି ।

Comments are closed.