Latest Odisha News

BREAKING NEWS

ନିଲାମ ହେବ ଚା କେଟଲ୍‌, କିଣିବାକୁ ଲୋକଙ୍କ ଭିଡ଼, ଦାମ ଜାଣିଲେ ଚକିତ ହୋଇଯିବେ

ବ୍ରିଟେନ: ସାଧାରଣତଃ ସମସ୍ତଙ୍କ ଘରେ ଚା ’କେଟଲ ନିଶ୍ଚୟ ଥିବ । ଏହା ଆଲୁମିନିୟମ୍ କିମ୍ବା ସିରାମିକ୍ ଦ୍ୱାରା ନିର୍ମିତ ହୋଇଥାଏ, ଯାହା ବଜାରରେ ଅତି ସହଜରେ ଶହେରୁ ହଜାର ଟଙ୍କା ମଧ୍ୟରେ ଉପଲବ୍ଧ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କେଟଲ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ଜାଣିଲେ ଆପଣ ଚକିତ ହୋଇଯିବେ । କେବଳ ସେତିକି ନୁହେଁ, ଏହାକୁ କିଣିବାକୁ ଲୋକଙ୍କ ଭିଡ଼ ଜମୁଛି ।

ବ୍ରିଟେନର ରାଜା ଏଡୱାର୍ଡ ସପ୍ତମଙ୍କ ପାଇଁ ଏହି ବିରଳ ତଥା ପ୍ରାଚୀନ ଚା’ କେଟଲ ତିଆରି କରାଯାଇଥିଲା । ଯାହା ଦେଖିବାକୁ ବହୁତ ସୁନ୍ଦର । ୱେଲ୍ସର ତତ୍କାଳୀନ ରାଜକୁମାରୀ ଆଲେକ୍ସଜାଣ୍ଡ୍ରାରଙ୍କ ସ୍ୱାମୀ ଏଡୱାର୍ଡଙ୍କ ପାଇଁ ଉପହାର ସ୍ୱରୂପ ଏହି କେଟଲକୁ ତିଆରି କରିଥିଲେ । ଯିଏକି ଭିକ୍ଟୋରିଆଙ୍କ ମୃତ୍ୟୁ ପରେ ୧୯୦୧ ମସିହାରେ ରାଜା ହୋଇଥିଲେ । ଏକ ଶତାବ୍ଦୀରୁ ଅଧିକ ସମୟ ପରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ୱିଲଟସାୟାରର ସାଲିସବିରୀର ୱଲି ଆଣ୍ଡ ୱାଲିସରେ ଏହା ନିଲାମ ହେବାକୁ ଯାଉଛି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା ରଖାଯାଇଛି । ଏହି ଚା’ କେଟଲ ଏକ ଚମତ୍କାର ଭିକ୍ଟୋରିଆନ୍ ଷ୍ଟାଇଲ୍ ଆଇଟମ୍‌, ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନଠାରୁ ଲୋକମାନେ ଏହା ବିଷୟରେ ସୂଚନା ପାଇବାକୁ ଆଗ୍ରହୀ ଥିବା ଦେଖିବାକୁ ମିଳୁଛି । ରାଜା ଏଡୱାର୍ଡ ସପ୍ତମ ବ୍ରିଟେନର ରାଣୀ ଭିକ୍ଟୋରିଆଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ୧୯୦୦ ଦଶକର ପ୍ରଥମ ଦଶନ୍ଧିରେ ତାଙ୍କୁ ଭାରତର ସମ୍ରାଟ ମଧ୍ୟ କରାଯାଇଥିଲା ।

ବ୍ରିଟେନର ଏକ ସ୍ୱେଚ୍ଛାସେବୀ ସଂଗଠନ ଏନ ସେଥିଆ ଫାଉଣ୍ଡେସନ ପାଖରେ ଦୁନିଆର ସବୁଠୁ ଦାମୀ କେଟଲ ଅଛି । ଏହା ୧୮ କ୍ୟାରେଟ୍ ସୁନାରେ ନିର୍ମିତ ଏବଂ ହୀରାରେ ଖଞ୍ଜିତ । କେବଳ ଏତିକି ନୁହେଁ, ଏହାର ମଝିରେ ୬.୬୭ କ୍ୟାରେଟ୍ ରୁବି ହୀରା ଲଗାଯାଇଛି । ଗିନିଜ ୱାର୍ଲ୍ଡ ରେକର୍ଡସ ଅନୁଯାୟୀ, କେଟଲର ହ୍ୟାଣ୍ଡେଲ ମାମୋଥ୍ ହାତୀ (ଜୀବାଶ୍ମ) ରୁ ନିର୍ମିତ । ୨୦୧୬ ରେ ଏହାର ମୂଲ୍ୟ ଥିଲା ୨୪ କୋଟି ୮୦ ଲକ୍ଷ ୮ ହଜାର ଚାରି ଶହ ।

Leave A Reply

Your email address will not be published.