Latest Odisha News

BREAKING NEWS

ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଫେରାର

ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଗୋରୁ ବୋଝେଇ ହୋଇଥିବା ଏକ ଟ୍ରକକୁ କାଞ୍ଜିପାଣି ପୋଲିସ ଜବତ କରିଛି । ୪୯ ନମ୍ବର ଜାତୀୟ ରାଜପଥରେ ଏକ ୧୪ ଚକିଆ ଟ୍ରକରେ ଗୋରୁ ବୋଝଇ ହୋଇ କେନ୍ଦୁଝର ଆଡକୁ ଯାଉଥିଲା । 

କାଞ୍ଜିପାଣି କନ୍ୟାଶ୍ରମ ସ୍କୁଲ ନିକଟରେ ଟ୍ରକଟି ଖରାପ ହୋଇ ଯାଇଥିଲା । ଟ୍ରକଟି ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ସେଥିରେ ଗୋରୁମାନଙ୍କୁ ବୋଝେଇ କରି ପାଲ ବନ୍ଧା ହୋଇଥିବା କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । 

ପୋଲିସ ଟ୍ରକ୍ ନିକଟରେ ପହଞ୍ଚିବା ବେଳକୁ ଡ୍ରାଇଭର ଫେରାର ହୋଇଯାଇଥିଲା । ପୋଲିସ ଟ୍ରକକୁ ଜବତ କରିବା ସହିତ ବୋଝେଇ ହୋଇଥିବା ୩୦ଟି ଗାଈଙ୍କୁ ଉଦ୍ଧାର କରିଛି ।

Leave A Reply

Your email address will not be published.