Latest Odisha News

BREAKING NEWS

ରାଜ୍ୟର ଏହିସବୁ ସ୍ଥାନରେ ଆସନ୍ତାକାଲି ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ସାମାନ୍ୟ ଧରଣର ବର୍ଷା ହୋଇଥିବା ନେଇ ଗୁରୁବାର ଦିନ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର (ଆଇଏମଡି)।

ଆସନ୍ତା ଶୁକ୍ରବାର ସକାଳ ୮.୩୦ ପର୍ଯ୍ୟନ୍ତ ନୂଆପଡା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ ଏବଂ ଆଭ୍ୟନ୍ତରୀଣ ଓଡିଶାର ବାଲେଶ୍ବର ଓ ଗଜପତିର କିଛି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ଧରଣର ବର୍ଷା ସହ ଘଡଘଡି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହି ସମୟ ମଧ୍ୟରେ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସୋନପୁର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲା ପାଇଁ ବଜ୍ରପାତ ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି।

ସେହିପରି ଶୁକ୍ରବାର ଦିନ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା ଏବଂ ବରଗଡରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି।

Leave A Reply

Your email address will not be published.