Latest Odisha News

BREAKING NEWS

ସମ୍ବଲପୁରରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା, ୪ ମୃତ, ଅନେକ ଗୋରୁ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଵାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଆହତ ମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ୧୦ଟା ୪୫ରେ ୫୩ ନମ୍ବର ଜାତୀୟ ରାଜପଥର କଟାପାଲି ଛକରେ ଏକ ଗୋରୁ ବୋଝେଇ ଗାଡ଼ି ଅଟକି ରହିଥିଲା । ଏହି କଣ୍ଟେନର ଗାଡ଼ି ସମ୍ମୁଖରେ ୪ ଜଣ ବ୍ୟକ୍ତି ରାତ୍ରି ଭୋଜନ ନିମନ୍ତେ ରୋଷେଇ କରୁଥିଲେ। ଏହି ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇ ‌ତୀବ୍ର ଗତିରେ ଚାଲି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରକ୍‌ଚାଳକ ଗୋରୁ ବୋଝେଇ ଗାଡ଼ିକୁ ଧକ୍କା ଦେଇଥିଲେ। ଗୋରୁ ବୋଝେଇ ଗାଡ଼ି ଓଲଟି ଯିବାରୁ ରୋଷେଇ କରୁଥିବା ବ୍ୟକ୍ତିମାନେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଅନ୍ୟ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଦୁର୍ଘଟଣାରେ ୩୦ରୁ ୪୦ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୋରୁ ଆହତ ମଧ୍ୟ ହୋଇଛନ୍ତି । ଆହତ ଗୋରୁଙ୍କ ଚିକିତ୍ସା କରଯାଉଛି । ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

 

 

 

 

 

Leave A Reply

Your email address will not be published.