Latest Odisha News

BREAKING NEWS

ଓଡ଼ିଶାରେ କୋଭିଡ୍ ଚିକିତ୍ସା ପାଇଁ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ ଦେଲା ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛି ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ । କୋଭିଡ୍ ଚିକିତ୍ସା ପାଇଁ ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର ପ୍ରଦାନ କରାଯାଇଛି । ଦିଲ୍ଲୀ ସ୍ଥିତ ଗୁରୁଗାଁଓଠାରୁ ଏସବୁ ଅକ୍ସିଜେନ୍ କନସଣ୍ଟ୍ରେଟର ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନକୁ ହସ୍ତାନ୍ତର କରାଯାଇଛି ।

ଅକ୍ସିଜେନ୍ କନସଣ୍ଟ୍ରେଟର ପ୍ରଦାନ ବେଳେ ଓଡ଼ିଶା ମେଡିକାଲ୍ କର୍ପୋରେସନ୍ ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସମୟରେ ଉପସ୍ଥିତ ଥିଲେ ।

ଗୁରୁଜୀ ଡକ୍ଚର ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ସିସି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ ଏକ ଦାତବ୍ୟ ଅନୁଷ୍ଠାନ ଭାବରେ ଶିକ୍ଷା, ସାହିତ୍ୟ, କଳା, ହସ୍ତଶିଳ୍ପ ଆଦି କ୍ଷେତ୍ରରେ ସାଂସ୍କୃତି ମୂଲ୍ୟବୋଧର ରକ୍ଷା ଓ ଉତଥାନ ଦିଗରେ ଜାତୀୟସ୍ତରରେ କାମ କରୁଛି ।

Leave A Reply

Your email address will not be published.