Latest Odisha News

BREAKING NEWS

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇର ବଡ଼ ଆକ୍ସନ, କେ.କବିତା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତାଙ୍କୁ ସିବିଆଇ ଗିରଫ କରିଛି। ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ମଙ୍ଗଳବାର ଏପ୍ରିଲ ୯ ତାରିଖରେ, କୋର୍ଟ କେ କବିତାଙ୍କ ଜାମିନକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ନ୍ୟାୟିକ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଏପ୍ରିଲ ୮ ତାରିଖରେ କୋର୍ଟ କବିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ। ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କ ଉପରେ ଚାପ ପକାଇବାକୁ କବିତା ଚେଷ୍ଟା କରୁଥିବା ନେଇ ଇଡି ଦାବି କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ତେବେ ଇଡି ଅଭିଯୋଗ କରିଛି ଯେ କେ କବିତା ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜଡିତ ସାଉଥ୍ ଗ୍ରୁପର ଜଣେ ସଦସ୍ୟ।

ଇଡି କହିଛି ଯେ କେ.କବିତା ସାଉଥ୍ ଗ୍ରୁପର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଯିଏକି ମଦ ଲାଇସେନ୍ସରେ ଅଧିକ ଅଂଶ ପାଇବାକୁ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି (ଏଏପି) କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି।

ଦିଲ୍ଲୀ ମଦ ଦୁର୍ନୀତି ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଥ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଅଛନ୍ତି। କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଦାବି କରିଛି ଯେ ମଦ ନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ହୋଇଛି। ଇଡି ଏହି ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ଆପ୍ ଜାତୀୟ ସଂଯୋଜକ କେଜ୍ରିୱାଲ ବୋଲି କହିଛି ଏବଂ ଏଥିରେ ବହୁ ଦଳର ନେତା ଓ ମନ୍ତ୍ରୀ ମଧ୍ୟ ଜଡିତ ଥିବା କହିଛନ୍ତି। ଅନ୍ୟପକ୍ଷରେ, ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କେ କବିତା।

Leave A Reply

Your email address will not be published.