Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ଲାଞ୍ଚ ନେବା, ଏଫସିଆଇ ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(FCI) ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଗିରଫ। ଜେନେରାଲ ମ୍ୟାନେଜର ପ୍ରେମ ସିଂଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ସିବିଆଇ। ଏଫଆଇସି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ୨ ଅଧିକାରୀ ସହ କୋଲକାତାର ଏକ ଘରୋଇ ଫାର୍ମର ମାଲିକଙ୍କ ସହ ୨ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ସିବିଆଇ। ଭୁବନେଶ୍ୱରରୁ ୨ ଏବଂ ପଶ୍ଚିମବଙ୍ଗରୁ ୩ ଜଣଙ୍କୁ ଗିରଫ କରିଛି ସିବିଆଇ।

ଗିରଫ ଅଭାଯୁକ୍ତମାନେ ହେଲେ ଏଫସିଆଇର ଜେନେରାଲ ମ୍ୟାନେଜର ପ୍ରେମ ସିଂ ବନୋତ, ଡେପୁଟି ଜେନେରାଲ ମ୍ୟାନେଜର ସଞ୍ଜୟ ଦେ ଓ କଲିକତାର ଏକ ଘରୋଇ ଫାର୍ମର ମାଲିକ ସୋମି ଭଟ୍ଟାଚାର୍ଯ୍ୟ ସହ ଡିଲ୍‌ କରାଇଥିବା ଦଲାଲ ସୟେଦ ହସନେନ ଅହମ୍ମଦଙ୍କ ସମେତ ଅନ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଛି। ଟେଣ୍ଡର ହସ୍ତାନ୍ତର ପାଇଁ ଲାଞ୍ଚ ନେବା ବେଳେ ଧରିଲା ସିବିଆଇ।

ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ (FCI) ଖାଦ୍ୟ ଯୋଗାଣ ଦିଗରେ‌ କାର୍ଯ୍ୟ କରେ। ଏଫସିଆଇରେ ଧାନ ଟ୍ରାନ୍ସପୋର୍ଟ କାରବାର ନେଇ ଏକ ଘରୋଇ ଫାର୍ମ ଟେଣ୍ଡର ହାତେଇବାକୁ ଚାହୁଁଥିଲେ। ଡିଲ କରି ୨ ମଧ୍ୟସ୍ଥିଙ୍କ ଜରିଆରେ ଭୁବନେଶ୍ୱରରେ ଥିବା ଓଡ଼ିଶା ଏଫସିଆଇ କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଯୋଗାଯୋଗ ରହିଥିଲେ। ଧାନ ଟ୍ରାନ୍ସପୋର୍ଟର ଟେଣ୍ଡର ହାତେଇବାକୁ କଲିକତାର ଘରୋଇ ଫାର୍ମର ମାଲିକ ୨ ଦଲାଲ ସହ ମିଶି ଏଫସିଆଇ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ଜିଏମ ସହ ଯୋଗାଯୋଗ କରି ଲାଞ୍ଚ ପାଇଁ ଡିଲ୍‌ ଚଲାଇଥିଲେ।

ଲାଞ୍ଚ କାରବାର ନେଇ ୧ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଟେଣ୍ଡର‌ ପାଇବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେବା ବେଳେ ଜିଏମ ପ୍ରେମ ସିଂ ବନୋତ ଓ ଡେପୁଟି ମ୍ୟାନେଜର ସଞ୍ଜୟ ଦେକୁ ଧରିଥିଲା ସିବିଆଇ। ୧ ଲକ୍ଷ ଟଙ୍କା ଲାଞ୍ଚ ସହ ଡିଲ କରିଥିବା ଦଲାଲ ଓ ଘରୋଇ ଫାର୍ମର ମାଲିକାଣିକୁ ମଧ୍ୟ ଗିରଫ କରିଛି ସିବିଆଇ। ସିବିଆଇ ପକ୍ଷରୁ ହାଇଦ୍ରାବାଦ, ଭୁବନେଶ୍ୱର ଓ କୋଲକାତା ସହ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇଥିଲା। ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ମୋଟ ୫ ଜଣଙ୍କ ନାଁରେ‌ ମାମଲା ରୁଜୁ ହୋଇଛି। ୫ ଜଣଙ୍କୁ ଗିରଫ କରଯାଇଛି। ସେହିପରି ସର୍ଚ୍ଚ ଅପରେସନ ବେଳେ ୫ ଲକ୍ଷ ଟଙ୍କା ସହ ଲାପଟପ୍ ମୋବାଇଲ ଓ କିଛି ଦସ୍ତାବିଜ ଜବତ ହୋଇଛି।

Leave A Reply

Your email address will not be published.