Latest Odisha News

BREAKING NEWS

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ବିହାରରୁ ଆଉ ଜଣେ ଦଲାଲ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ଆଉ ଜଣେ ଦଲାଲକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାରର ଅମିତ୍ ଭରତୀ। ଗତକାଲି ସିବିଆଇ ଅମିତକୁ ଗିରଫ କରିଥିଲା। ସୋମବାର କୋର୍ଟ ଚାଲାଣ କରାଯାଇଥିଲା।

ଏହି ଜାଲିଆତି ଘଟଣାରେ ସିବିଆଇ ଗତ ୧୯ ତାରିଖରେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି, ସିଲିକନ ଟେକ୍ ଲ୍ୟାବ୍ ପ୍ରମୋଟର ସୁରେଶ ନାୟକ ଏବଂ ତାଙ୍କ ଘନିଷ୍ଟ ସହଯୋଗୀ ସାଗର ଗୌଡ଼କୁ ୪ ଦିନ ରିମାଣ୍ଡରେ ନେଇଥିଲା । ଏହି ୪ ଦିନ ରିମାଣ୍ଡ୍ ସମୟରେ ସିବିଆଇ ଶଙ୍କରଠାରୁ ବିସ୍ଫୋରକ ତଥ୍ୟ ଆଦାୟ କରିଥିଲା। ଏମିତି ଏହି ଜାଲିଆତି ପଛରେ କେଉଁ ନେତା ଓ ଆଇପିଏସ୍ ଅଫିସର ଅଛନ୍ତି ସେ ତଥ୍ୟ ମଧ୍ୟ ସିବିଆଇ ଆଦାୟ କରିଥିଲା। ଖାଲି ସେତିକି ନୁହେଁ ଜଣେ ପୂର୍ବତନ ଜେଲ୍ ଡିଜି ମଧ୍ୟ ସିବିଆଇ ସ୍କାନରକୁ ଆସିଛନ୍ତି। ସିଲିକନ୍ ଟେକ୍ ଲ୍ୟାବ୍ ପ୍ରମୋଟର ସୁରେଶଠାରୁ ବିହାରର ଅମିତ ବିଷୟରେ ସିବିଆଇକୁ ଖବର ମିଳିଥିଲା।

ଅମିତ ପାଖକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି । ଉକ୍ତ ଟଙ୍କାକୁ ଅମିତ୍ ନଗଦ ଆକାରରେ ବଦଳାଇ ସୁରେଶ ପାଖକୁ ପଠାଇଥିବା ପ୍ରମାଣ ମଳିଛି । କେବଳ ଅମିତ୍ ନୁହେଁ ରାଜ୍ୟ ବାହାରେ ଏମିତି ଅନେକ ଲୋକ ରହିଛନ୍ତି, ଯେଉଁମାନଙ୍କ ମାଧ୍ୟମରେ ଶଙ୍କର ଓ ସୁରେଶ ଟଙ୍କା କାରବାର କରିଥିଲେ । ସେପଟେ ସିବିଆଇ ଆଉ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡ ନେବାକୁ ଆବେଦନ କରିଛି । ତା’ଛଡ଼ା ଗିରଫ ହୋଇ ଜାମିନ ଆସିଥିବା ପରୀକ୍ଷାର୍ଥୀଙ୍କୁ ଜେରା କରିବା ପାଇଁ ସିବିଆଇ ସମନ କରିଛି ।

Leave A Reply

Your email address will not be published.