ଭୁବନେଶ୍ବର: ନିଜକୁ କେନ୍ଦ୍ର ସରକାରଙ୍କ ବଡ଼ ଅଧିକାରୀର ପରିଚୟ ଦେଇ ଅନେକ ଅଫିସର ଓ ଠିକା ସଂସ୍ଥାମାନଙ୍କୁ ଠକେଇ କରୁଥିବା ଅଜିତ ପାତ୍ରଙ୍କୁ ଗିରଫ କରିଛି ସିବିଆଇ । ଏହା ସହ ଅଜିତଙ୍କ ବିଭିନ୍ନ ଠିକଣାରେ ଚଢାଉ ମଧ୍ୟ କରିଛି ସିବିଆଇ ଟିମ୍ । ଏହି ଚଢାଉରେ ସିବିଆଇ ୭ ଗୋଟି ଦାମୀ ଗାଡ଼ି ସହ କେଜିଏରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି ।
ଖବର ଅନୁଯାୟୀ, ବଡ଼ ବଡ଼ ଅଫିସର ଓ ଠିକାସଂସ୍ଥାଙ୍କୁ ନିଜ ଜାଲରେ ଫଶାଇ ବିପୁଳ ପରିମାଣର ଟଙ୍କା ଠକେଇ କରୁଥିଲା ଠକ ଅଜିତ ପାତ୍ର । ଏସଂପର୍କରେ ସିବିଆଇ ତଥ୍ୟ ପାଇବା ପରେ ଆକ୍ସନ ମୋଡକୁ ଆସିଥିଲା ଟିମ୍ । କିଛି ଦିନ ତଳେ ଦିଲ୍ଲୀରେ ଜଣେ ବଡ଼ ସରକାରୀ ଅଧିକାରୀଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ସେଥିରୁ ଉଦ୍ଧାର ପାଇଁ ଅଧିକାରୀଙ୍କ ନିକଟରୁ ୩୦ ଲକ୍ଷ ଟଙ୍କା ବଟି ନେଉଥିଲେ ।
ଏହାର ତଥ୍ୟ ସିବିଆଇ ନିକଟରେ ପହଞ୍ଚିଥିଲା । ଶେଷରେ ବୁଧବାର ସକାଳ ଠକ ଅଜିତ ପାତ୍ରଙ୍କୁ ଧରିଥିବାରେ ସଫଳ ହୋଇଥିଲା ସିବିଆଇ ।
Comments are closed.