Latest Odisha News

BREAKING NEWS

ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ବାରା ଡାକ ବିଭାଗର ଦୁଇ ଅଧିକାରୀ ଗିରଫ

ଭୁବନେଶ୍ୱର: ଲାଞ୍ଚ ନେଉଥିବା ଡାକ ବିଭାଗର ଦୁଇ ଅଧିକାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ମୟୂରଭଞ୍ଜ ଜିଲ୍ଲାରେ ବଡ଼ସାହି ସବ୍ ପୋଷ୍ଟ ଅଫିସର ଡାକ ନିରୀକ୍ଷକ ରୁବି ଦାସ ଓ ଓଭରସିୟର ସୁଶାନ୍ତ କୁମାର ଦାସ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି।

ମାଣିତ୍ରୀ ଦେଓପଡ଼ା ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଅଜିତ କୁମାର ରାଉତଙ୍କଠାରୁ ଦରମା ବୃଦ୍ଧି ପାଇଁ ଅନୁମତି ଦେବା ପାଇଁ ରୁବି ଓ ସୁଶାନ୍ତ ଲାଞ୍ଚ ମାଗୁଥିଲେ। ଏହି ସୂଚନା ପାଇବା ପରେ ସିବିଆଇ ଲାଞ୍ଚ ନେଉଥିବା ବେଳେ ରୁବି ଓ ସୁଶାନ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।

ଯୋଜନା ଅନୁଯାୟୀ ସିବିଆଇ ଅଧିକାରୀମାନେ ଲାଞ୍ଚ ନେଉଥିବା ବେଳେ ଡାକ ନିରୀକ୍ଷକ ଓ ଓଭରସିୟରଙ୍କୁ ରେଡ୍ ହ୍ୟାଣ୍ଡ ଧରି ଗିରଫ କରିଛି। ସିବିଆଇ ଅଧିକାରୀମାନେ ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛନ୍ତି। ଅଧିକ ତଥ୍ୟ ପାଇବା ପାଇଁ ସିବିଆଇ ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.