ଭୁବନେଶ୍ଵର: ସିବିଆଇ ହାତରେ ଲାଗିଲା ଆଉ ଏକ ଧଳା ରଙ୍ଗର କାର୍ । ମେଗା ରେଡ୍ ବେଳେ ଜଣେ ସରକାରୀ ଅଧିକାରୀଙ୍କୁ ଧରିଲା ସିବିଆଇ । ବାଟରେ ୩ଟି ଗାଡ଼ି ବଦଳାଇ ମେ’ ଫେୟାର୍ ନିକଟରେ ପହଞ୍ଚିଥିଲେ ସରକାରୀ ଅଧିକାରୀ । ସେଠାରେ ଡିଲ୍ ଚାଲିଥିବା ବେଳେ ସରକାରୀ ଅଧିକାରୀଙ୍କୁ ଧରିଲା ସିବିଆଇ ଟିମ୍ । ବ୍ରିଜ ଓ ରୁଫ୍ କମ୍ପାନୀ ସହ ଯୋଗାଯୋଗରେ ଥିଲେ ସେହି ସରକାରୀ ବାବୁ ଜଣଙ୍କ । ସରକାରୀ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ସିବିଆଇ ।
ସେପଟେ ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ ଉପରେ ସିବିଆଇ ରେଡ୍। ଦିଲ୍ଲୀ, କୋଲକାତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ କରାଯାଇଛି ଅତର୍କିତ ଚଢ଼ାଉ। ଓଡ଼ିଶାରେ ଭୁବନେଶ୍ବର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି। ଭୁବନେଶ୍ବର ରାମ ମନ୍ଦିର ପାଖରେ ଥିବା ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡର ଜୋନାଲ ଅଫିସ, ନୟାପଲୀରେ ଥିବା ବ୍ରାଞ୍ଚ ଅଫିସ, କଟକ ନଖରାରେ ଥିବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡର ମାଲିକ ଦେବଦତ୍ତ ମହାପାତ୍ରଙ୍କ ଘରେ ସିବିଆଇ ପକ୍ଷରୁ ରେଡ୍ ହୋଇଛି।
ସୂଚନାଯୋଗ୍ୟ, ଗତକାଲି ହୋଟେଲ୍ ମେ’ ଫେୟାର ପାର୍କିଂରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଥିଲା ସିବିଆଇ । ବହୁ ମୁଲ୍ୟର ମର୍ସିଡିଜ୍ କାରରେ ବସି ଡିଲ୍ ପାଇଁ ଅପେକ୍ଷା କରିଥିବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଆଦିତ୍ୟ ମହାପାତ୍ର ଏବଂ ତାଙ୍କର ସହଯୋଗୀଙ୍କୁ ଧରିଥିଲା ସିବିଆଇ । ଏହାପରେ ଡିଲ୍ ପାଇଁ ଆସିଥିବା ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଧରିଥିଲା ସିବିଆଇ । ଏନେଇ ତଦନ୍ତ ଜାରି ରହିଥିବା ବେଳେ କେଉଁ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି ସେ ନେଇ ଛାନ୍ ଭିନ୍ ଜାରି ରଖିଛି ସିବିଆଇ ।
Comments are closed.