Latest Odisha News

BREAKING NEWS

ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇରେ ପଶିଲା କରୋନା । ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ଗର୍ଭବତୀ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଉଭୟଙ୍କ କୌଣସି କରୋନା ଲକ୍ଷଣ ନଥିଲା । ତଥାପି ଦୁହିଁଙ୍କ କରୋନା ଟେଷ୍ଟ ହୋଇଥିଲା । ତେବେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଡିଆଇଜି ଏବଂ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଡିଆଇଜିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।

Comments are closed.