Latest Odisha News

BREAKING NEWS

କେଜ୍ରିୱାଲଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି । ତାଙ୍କ ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ଆସିଲା ନେଗେଟିଭ । କେଜ୍ରିୱାଲଙ୍କ ଶରୀରରେ ରବିବାର କରୋନା ଲକ୍ଷଣ ଦେଖା ଦେଇଥିବା ନେଇ ସୂଚନା ମିଳିଥିଲା । ଗତକାଲି ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ନିଆ ଯାଇଥିବା ବେଳେ ଆଜି ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

ରବିବାରଠାରୁ ଜ୍ୱର ସହିତ ତାଙ୍କର ଗଳାରେ ଯନ୍ତ୍ରଣା ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବ ଶୀଘ୍ର ନିଜର କୋଭିଡ-୧୯ ପରୀକ୍ଷା କରାଇବେ ବୋଲି ଖବର ମିଳିଥିଲା । ଆଜି ରିପୋର୍ଟ ନେଗେଟିଭ ଆସିବା ପରେ ସେ ଆଶ୍ବସ୍ତ ହୋଇଛନ୍ତି । ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲ ରବିବାରଠାରୁ ତାଙ୍କର ସମସ୍ତ ବୈଠକ ବାତିଲ କରିଥିଲେ ଏବଂ ନିଜକୁ ସଙ୍ଗରୋଧରେ ରଖିଥିଲେ।

Leave A Reply

Your email address will not be published.