Latest Odisha News

କୋଲକାତା ଲଜ୍ଜା: ଗିରଫ ହୋଇପାରନ୍ତି ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ

କୋଲକାତା: କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଢିଲା ସନ୍ଦୀପ ଘୋଷଙ୍କ ଅଡ଼ୁଆ। ସନ୍ଦୀପ ନାଁରେ ଏତଲା କଲା ସିବିଆଇ । ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ନାଁରେ ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ଦାୟର କରାଯାଇଛି । ଏତଲା କପି ସିଜେଏମ୍‌ କୋର୍ଟରେ ଦାଖଲ କରିଛି ସିବିଆଇ । ସେପଟେ ସିବିଆଇର ଏତଲା ପରେ ସନ୍ଦୀପ ଘୋଷଙ୍କ ଗିରଫ ସମ୍ଭାବନା ବଢ଼ିଛି।

ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଅଡୁଆରେ। ନିଜ ହସ୍ପିଟାଲର ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଦିନ ଠାରୁ ସନ୍ଦୀପ ବିବାଦରେ ରହିଛନ୍ତି। ସିବିଆଇ ତାଙ୍କୁ ମାରାଥନ ଜେରା କରିବାରେ ଲାଗିଛି।

ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲୀ ପ୍ରଥମେ ସନ୍ଦୀଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣିଥିଲେ। ଆର ଜି କର ମେଡିକାଲ କଲେଜରେ ସନ୍ଦୀପ ପ୍ରିନ୍ସିପାଲ ହେବା ଦିନ ଠାରୁ ନିଜର ମନମାନୀ କରିବା ସହ ଆର୍ଥିକ ହେରଫେର କରିଚାଲିଥିଲେ। ତେଣୁ ଏହାର ତଦନ୍ତ ଇଡି ଦ୍ୱାରା କରିବାକୁ ସେ ଦାବି କରିଥିଲେ। ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣା ସହ ସିବିଆଇ ସନ୍ଦୀପଙ୍କ ଆର୍ଥିକ ଦୁର୍ନୀତିର ମଧ୍ୟ ଖୋଳତାଡ କରୁଥିଲା। ଏବେ ତାଙ୍କ ନାଁରେ ମାମଲା ହୋଇଛି। ଏସଆଇଟି ଆଜି ସମସ୍ତ ଆବଶ୍ୟକ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିଛି। ସିବିଆଇ ଦସ୍ତାବିଜ ପାଇବା ପରେ ପୁଣିଥରେ ଗୋଟିଏ ଏଫଆଇଆର ରୁଜୁ କରିଛି।

ଅନ୍ୟପଟେ ଆଜିଠାରୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ସଞ୍ଜୟ ରାୟଙ୍କୁ ଯେଉଁ ଜେଲରେ ରଖାଯାଇଛି ସେଠାରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ସେହିପରି ଘଟଣା ରାତିରେ ଡ୍ୟୁଟିରେ ଥିବା ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ଅନ୍ୟ ୪ ଜଣ ଡାକ୍ତରଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି ।

Comments are closed.