Latest Odisha News

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ ବିବନ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ଗତକାଲି ସିବିଆଇର ୨ ଜଣିଆ ଟିମ୍ ଅଞ୍ଜନା ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଆଜି ବାରଙ୍ଗ ନରଣପୁର ଗାଁରେ ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା କରୁଥିବା ଜଣାପଡ଼ିଛି ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ୨୨ ବର୍ଷ ପରେ କମିଶନରେଟ୍ ପୋଲିସ ମୁଖ୍ୟ ଅଭିଯୁକ୍ତ ବିବନକୁ ମହାରାଷ୍ଟ୍ରର ଅମ୍ବାଭ୍ୟାଲିରୁ ଗିରଫ କରିଥିଲା । ଗିରଫ ପରେ ବିବନକୁ ୨ ଦିନିଆ ରିମାଣ୍ଡରେ ଆଣି ସିବିଆଇ ଜେରା କରିଥିଲା । ଏଥିସହ ୧୯୯୯ ମସିହାର ସେହି କାଳ ରାତିରେ ଘଟିଥିବା ଅମାନବୀୟ କାଣ୍ଡର ସିନ୍ ରିକ୍ରିଏଟ୍ କରାଇଥିଲା ସିବିଆଇ ।

ଅନ୍ୟପଟେ ପୀଡ଼ିତା ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରି ସିବିଆଇକୁ ସେ ଦିଗରେ ତଦନ୍ତ କରୁ ବୋଲି ଦାବି କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ଜଳନ୍ଧର ଘଟଣା ପରଠୁ ଫେରାର୍ ଥିଲା । ଗଣଦୁଷ୍କର୍ମ ପରେ ଓଡ଼ିଶାରୁ ମହାରାଷ୍ଟ୍ର ଖସି ପଳାଇଥିଲା । ସେଠାରେ ନାମ ବଦଳାଇ କାମ କରୁଥିଲା ବିବନ । ଏପରିକି ନିଜ ପରିବାର ସହ ସିଧାସଳଖ ସମ୍ପର୍କ ନରଖି ଅନ୍ୟମାନଙ୍କ ଜରିଆରେ ସମ୍ପର୍କ ରଖିଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ସିବିଆଇ ଟିମ୍ ବିବନର ପରିବାର ଲୋକଙ୍କୁ ପଚରାଉଚରା କରୁଛି ।

Leave A Reply

Your email address will not be published.