Latest Odisha News

BREAKING NEWS

ସଚିନ୍ ତେନ୍ଦୁଲକରଙ୍କୁ କରୋନା, ପୂରା ପରିବାରର ହେଲା କୋଭିଡ୍ ଟେଷ୍ଟ

ମୁମ୍ବାଇ: ମାଡ଼ି ଚାଲିଛି ମହାମାରୀ କରୋନା । କରୋନାର ଦ୍ୱିତୀୟ ଲହରୀରେ ଦେଶରେ ସବୁଠୁ ଅଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସୁଛି । ସେହି ମହାରାଷ୍ଟ୍ରରୁ ଆସିଛି ଆଉ ଏକ ବଡ଼ ଖବର । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସଚିନ୍ ଲେଖିଛନ୍ତି- ଆଜି ମୁଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । କରୋନାକୁ ହରାଇବା ଲାଗି ମୁଁ ଆବଶ୍ୟକୀୟ ସୁରକ୍ଷା ପନ୍ଥା ଆପଣାଇଛି । ମୁଁ ଏବେ ଘରେ କ୍ୱାରେଣ୍ଟାଇନରେ ଅଛି । ଡାକ୍ତର ଦେଇଥିବା ପରାମର୍ଶ କ୍ରମେ ଔଷଧ ସେବନ କରୁଛି । ପରିବାରର ସମସ୍ତ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଥିବା ସଚିନ ସୂଚନା ଦେଇଛନ୍ତି ।

ଏହି ଅସାଧାରଣ ପରିସ୍ଥିତିରେ ତାଙ୍କ ସହ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ସଚିନ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଅନ୍ୟ ସମସ୍ତେ କୋଭିଡ୍ ନିୟମ ମାନି ଚଳିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.