Latest Odisha News

BREAKING NEWS

ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ ବିଭାଗର ଯନ୍ତ୍ରୀ, ମାଡ଼ି ବସିଲା ସିବିଆଇ

ସମ୍ବଲପୁର: ସମ୍ବଲପୁରରେ ସିବିଆଇ ରେଡ୍ । ଶୁକ୍ରବାର ସିବିଆଇର ଏକ ଟିମ୍ ସମ୍ବଲପୁରରେ ଚଢ଼ାଉ କରିବା ସହ ଲାଞ୍ଚ ନେବା ବେଳେ ଡାକ ବିଭାଗର ଜଣେ କର୍ମଚାରୀଙ୍କୁ ହେପାଜତକୁ ନେଇଛି । ଡାକ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବାବୁ ଜଣଙ୍କ ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

ସୂଚନା ଅନୁସାରେ, ସମ୍ବଲପୁର ଡାକ ମଣ୍ଡଳରେ ସହକାରୀ ଯନ୍ତ୍ରୀ (ସିଭିଲ୍) ଭାବେ କାର୍ଯ୍ୟରତ ସୁଭାଶିଷ ପାଲ୍ ସିବିଆଇ ଟ୍ରାପରେ ଫସିଛନ୍ତି । ଅଭିଯୋଗ ଅନୁଯାୟୀ, ସୁଭାଶିଷ ଜଣେ ଠିକାଦାରଙ୍କ ବକେୟା ବିଲ୍ କରାଇ ଦେବା ଲାଗି ଲାଞ୍ଚ ମାଗିଥିଲେ ।

ଏନେଇ ଠିକାଦାର ଜଣଙ୍କ ସିବିଆଇକୁ ଜଣାଇବା ସହ ପୂର୍ବ ପ୍ରସ୍ତୁତି ଅନୁସାରେ, ଆଜି ଯନ୍ତ୍ରୀ ମହାଶୟ ଲାଞ୍ଚ ନେଉଥିବା ବେଳେ ସିବିଆଇ ମାଡ଼ି ବସିଥିଲା । କାର୍ଯ୍ୟାଳୟରୁ ସହକାରୀ ଯନ୍ତ୍ରୀଙ୍କୁ ସିବିଆଇର ୭ ଜଣିଆ ଟିମ୍ ଲାଞ୍ଚ ଟଙ୍କା ସହ ଧରିବାରେ ସଫଳ ହୋଇଛି ।

Comments are closed.