ବାଲେଶ୍ୱର: କାହିଁକି ବାହାନଗା ଷ୍ଟେସନରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ତଦନ୍ତର ଦ୍ୱିତୀୟ ଦିନରେ କିଛି ରେଲୱେ ଅଧିକାରୀଙ୍କ ମୋବାଇଲ୍ ଫୋନକୁ ଜବତ କରାଯାଇଥିଲା । ଆଜି ସିବିଆଇ ବାହାନଗା ଷ୍ଟେସନର ରିଲେ ରୁମକୁ ସିଲ୍ କରିଛି ।
ଫଳରେ ରିଲେ ରୁମ୍ ସିଲ୍ ରହିବା ପର୍ଯ୍ୟନ୍ତ ଷ୍ଟେସନରେ ଟ୍ରେନ୍ ରହଣୀ କରି ପାରିବ ନାହିଁ । କାରଣ ରିଲେ ରୁମରୁ ହିଁ ଷ୍ଟେସନରେ ଟ୍ରେନର ନିୟନ୍ତ୍ରଣ କରାଯାଇ ଥାଏ । ଏବେ ସିବିଆଇ ରିଲେ ରୁମକୁ ସିଲ୍ କରି ଦେଇଥିବାରୁ ବାହାନଗା ଷ୍ଟେସନରୁ ଟ୍ରେନ୍ ପରିଚାଳନା କରାଯାଇ ପାରିବ ନାହିଁ କି ସିଗନାଲ୍ ଦିଆ ଯାଇ ପାରିବ ନାହିଁ ।
ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ, ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ସହ ମାଲବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରେ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏବେ ବାହାନଗା ଷ୍ଟେସନର ରିଲେ ରୁମକୁ ସିଲ୍ କରାଯାଇଥିବାରୁ, ରିଲେ ରୁମ୍ ଖୋଲିଲେ ହିଁ ଷ୍ଟେସନରେ ଟ୍ରେନ୍ ରହି ପାରିବ ।
Comments are closed.