Latest Odisha News

BREAKING NEWS

‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ମୁକୁଟ ପିନ୍ଧିଲେ ନନ୍ଦିନୀ ଗୁପ୍ତା 

ନୂଆଦିଲ୍ଲୀ : ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ମୁକୁଟର ‘ଗ୍ରାଣ୍ଡ୍‌ ଫିନାଲେ’ରେ ନନ୍ଦିନୀ ଗୁପ୍ତା ବିଜୟିନୀ ହୋଇଛନ୍ତି । ୩୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ରାଜସ୍ଥାନର ନନ୍ଦିନୀ ଗୁପ୍ତା।

ଶନିବାର ଦିନ ମଣିପୁରର ଇମ୍ଫାଲ୍‌ସ୍ଥିତ ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌ ‌ଷ୍ଟାଡିୟମ୍‌ରେ ୫୯ତମ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍’ ମୁକୁଟ ପ୍ରତିଯୋଗିତା ଆୟୋଜିତ  ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ବିଜୟୀ ହୋଇଛନ୍ତି । ସେହିପରି ଦିଲ୍ଲୀର ଶ୍ରେୟା ପୂନ୍‌ଜା ପ୍ରଥମ ରନର୍‌-ଅପ୍‌ ହୋଇଥିବା ବେଳେ ମଣିପୁରର ଥୌନାଓଜାମ୍‌ ସ୍ତ୍ରେଲା ଲୁୱାଙ୍ଗ୍‌ ଦ୍ବିତୀୟ ରନର୍‌-ଅପ୍‌ ହୋଇଛନ୍ତି।ଏହି ଜାତୀୟସ୍ତରୀୟ ମୁକୁଟ ବିଜୟିନୀ ହେବା ନିମନ୍ତେ ସମଗ୍ର ଦେଶରୁ ୩୦ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ସମସ୍ତଙ୍କୁ ପଛରେ ପକାଇ ନନ୍ଦିନୀ ଏହି ମୁକୁଟ ହାସଲ କରିଛନ୍ତି ।

 

View this post on Instagram

 

A post shared by Femina Miss India (@missindiaorg)

ନନ୍ଦୀନୀଙ୍କ ବୟସ ୧୯ ବର୍ଷ । ରାଜସ୍ଥାନ ଅନ୍ତର୍ଗତ କୋଟାରେ ରୁହନ୍ତି ନନ୍ଦିନୀ । ‘ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌’ରେ ଡିଗ୍ରି ହାସଲ୍‌ କରିଛନ୍ତି । ନନ୍ଦିନୀ ମଡେଲିଙ୍ଗ୍‌ କରିବାକୁ ଅଧିକ ପସନ୍ଦ କରନ୍ତି । ନନ୍ଦିନୀ ‘ଲାଲା ଲଜପତ୍‌ ରାୟ କଲେଜ୍‌’ରେ ‘ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌’ରେ ନାଁ ଲେଖାଇବା ପୂର୍ବରୁ ସେ ‘ସେଣ୍ଟ ପଲ୍‌ସ୍‌ ସିନିୟର୍‌ ସେକେଣ୍ଡାରି ସ୍କୁଲ୍‌’ର ଛାତ୍ରୀ ଥିଲେ।

ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌ ‌ଷ୍ଟାଡିୟମ୍‌ରେ ଆୟୋଜିତ ଏହି ମୁକୁଟ ପ୍ରଦାନ ଉତ୍ସବରେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ଅନନ୍ୟା ପାଣ୍ଡେ ଚିତ୍ତାକ‌ର୍ଷକ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେହିପରି, ପୂର୍ବତନ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ବିଜୟିନୀ ସିନି ଶେଟ୍ଟୀ, ରୁବାଲ୍‌ ଶେଖାୱତ୍‌, ଶିନାତା ଚୌହାନ୍‌, ମନଷା ବାରାଣସୀ, ମାଣିକ ଶେଓକନ୍ଦ, ମାୟା ସିଂହ, ସୁମନ ରାଓ ଓ ଶିବାନୀ ଯାଦବ ମଧ୍ୟ ଚମତ୍କାର ମୋହେ ଲେହେଙ୍ଗା ପିନ୍ଧି ନୃତ୍ୟ ପରିବେଶଣ କରିଥିଲେ।

 

Leave A Reply

Your email address will not be published.