Latest Odisha News

BREAKING NEWS

ବଢ଼ିଲା ଲାଲୁଙ୍କ ଅଡୁଆ: ନୂଆ ଦୁର୍ନୀତି ମାମଲାରେ ଛନ୍ଦି ହେଲେ, ୧୫ଟି ସ୍ଥାନରେ ସିବିଆଇର ରେଡ୍

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢ଼ିଲା । ଗୋଖାଦ୍ୟ ଦୁର୍ନୀତି ମାମଲାରେ ବେଲ୍ ମିଳିବାର ସପ୍ତାହେ ପରେ ତାଙ୍କ ନାଁରେ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି ସିବିଆଇ । ବିହାରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ମାମଲା କରିଛି ସିବିଆଇ ।

ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ସିବିଆଇ ମାମଲା ରୁଜୁ କରି ଆଜି ଚଢ଼ାଉ ଆରମ୍ଭ କରିଛି । ଆଜି ଲାଲୁଙ୍କ ଘର ସମେତ ୧୫ଟି ସ୍ଥାନରେ ଚାଲିଛି ସିବିଆଇ ରେଡ୍ । ବିହାର ପାଟଣାରେ ରାବରୀ ଦେବୀଙ୍କ ଘରେ ବି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.