Latest Odisha News

BREAKING NEWS

ମେ ୪ ତାରିଖରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ-ଆସନ୍ତା ମେ ୪ ତାରିଖରୁ ସିବିଏସ୍‌ଇ ଦ୍ୱାଦଶ ଓ ଦଶମ ବୋର୍ଡ ପରୀକ୍ଷା ହେବ । ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ।

ମ।ର୍ଚ୍ଚ ୧ ତାରିଖରୁ ପ୍ରାକ୍‌ଟିକାଲ ପରୀକ୍ଷା ଆରମ୍ଭ ହେବ । ଜୁନ ୧୦ ସୁଦ୍ଧା ସବୁ ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି । ତେବେ କେଉଁ ବିଷୟର ପରୀକ୍ଷା ନିର୍ଦ୍ଦିଷ୍ଟ କେଉଁ ଦିନ ହେବ, ତାହା ପରେ ଘୋଷଣା ହେବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଥିବା ବେଳେ ଜୁଲାଇ ୧୫ ତାରିଖ ସୁଦ୍ଧା ରେଜଲ୍‌ଟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି ।

କରୋନା ପାଇଁ ପାଠ ପଢାହୋଇପାରିନଥିବାରୁ କେବେ ପରୀକ୍ଷା ହେବ, ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ବିଶେଷ କରି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚିନ୍ତିତ ଥିଲେ । ତାକୁ ଦୂର କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରୀକ୍ଷାର ତାରିଖ ଘୋଷଣା କରିଛନ୍ତି । ଏହି ପ୍ରସଙ୍ଗ ସହିତ ଜଡିତ ସବୁବର୍ଗର ଲୋକଙ୍କ ସହିତ ଆଲୋଚନା କରି ଏହି ତାରିଖ ସ୍ଥିର କରା ଯାଇଥିବା ନିଶଙ୍କ କହିଛନ୍ତି ।

Leave A Reply

Your email address will not be published.