ଭୁବନେଶ୍ୱର: ୨୦୨୬ ଫେବ୍ରୁଆରୀ ୧୭ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦଶମ ଓ ଦ୍ୱାଦଶ (ଯୁକ୍ତଦୁଇ) ବୋର୍ଡ ପରୀକ୍ଷା ହେବ। ଆସନ୍ତା ବର୍ଷ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ହେବା ନେଇ ଏବେଠାରୁ ସୂଚନା ଜାରି ହୋଇଛି। ଏନେଇ ବୁଧବାର ସିବିଏସ୍ଇ ପକ୍ଷରୁ ସୂଚନା ମିଳିଛି।
ଫେବ୍ରୁଆରୀ ୧୭ରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ ବୋର୍ଡ ପରୀକ୍ଷା। ଦଶମ ପରୀକ୍ଷା ଦୁଇଥର ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ ୧୫ରୁ ଜୁନ୍ ୧ ପର୍ଯ୍ୟନ୍ତ ଚାଲିବ। ଯୁକ୍ତଦୁଇ ପରୀକ୍ଷା ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ଏପ୍ରିଲ ୯ରେ ସରିବ। ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୪ଟି ବିଷୟରେ ପ୍ରାୟ ୪୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡିଛି।
Comments are closed.