ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ । ଏଥର ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଏହା ମଧ୍ୟରୁ ଝିଅଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ଥିବା ବେଳେ, ପୁଅଙ୍କ ପାସ୍ ହାର ୮୫.୧୨ ରହିଛି ।
ଏଥିସହିତ UMANG ଆପ୍, digilocker.gov.in, ପାରିକ୍ସା ସଙ୍ଗମ୍ ପୋର୍ଟାଲ୍ ଏବଂ SMS ସୁବିଧା ମାଧ୍ୟମରେରେ ମଧ୍ୟ ରେଜଲ୍ଟ ଉପଲ୍ଲବ୍ଧ ହେଉଛି । ତେବେ ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ଚଳିତବର୍ଷ ୧୬ ଲକ୍ଷ ୩୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୬ ଲକ୍ଷ ୨୨ ହଜାର ୨୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏହା ଭିତରୁ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
Comments are closed.