ରାଞ୍ଚି: କୁହାଯାଏ ଅଦମ୍ୟ ଇଚ୍ଛା ଶକ୍ତି ଏବଂ ଦୃଢ଼ ଆତ୍ମବିଶ୍ୱାସ ବଳରେ ସବୁକିଛି ସମ୍ଭବ ହୋଇଥାଏ । ଏହି ମନୋଭାବ ରହିଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ ଏବଂ ଜଣେ ବ୍ୟକ୍ତି ନିଜ ଜୀବନରେ ଯେକୌଣସି ଲକ୍ଷ୍ୟ ହାସଲ କରିପାରେ। କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି। ଆଉ ଏହାକୁ ଅଙ୍ଗେ ନିଭାଇଛନ୍ତି ଝାଡ଼ଖଣ୍ଡର ରାଞ୍ଚି ବାସିନ୍ଦା ଅବନୀ କେଜରିୱାଲ। ସେ CBSE ଦ୍ୱାଦଶ ପୁନଃମୂଲ୍ୟାୟନରେ ଅଦ୍ଭୁତପୂର୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଅବନୀ ୫୦୦ରୁ ୫୦୦ (୧୦୦%) ମାର୍କ ରଖି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ଅବନୀ ୨୦୨୬ ପାଇଁ CBSE ଦ୍ୱାଦଶ ବୋର୍ଡ ପରୀକ୍ଷାର ପ୍ରଥମ ଫଳାଫଳ ଆସିଥିଲା, ସେ ଅନୁଭବ କରିଥିଲେ ଯେ ଇଂରାଜୀ ଏବଂ ବ୍ୟବସାୟ ଶିକ୍ଷାରେ ତାଙ୍କର ମାର୍କ ଆଶାଠାରୁ କମ୍ ଥିଲା। ଇଂରାଜୀରେ ୧୯ ମାର୍କ କମ ରଖି ଆଶ୍ଚର୍ଯ୍ୟ ହୋଇଥିଲେ, ଯାହା ତାଙ୍କର ପ୍ରିୟ ଏବଂ ସବୁଠାରୁ ଭଲ ବିଷୟ ଥିଲା। ସେଥିପାଇଁ ସେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ।
ଅବନୀ କୁହନ୍ତି ଯେ ସେ ତାଙ୍କ ମାର୍କ ବଢାଇବା ପାଇଁ ପୁଣିଥରେ ପରୀକ୍ଷା ଦେଇଥିଲେ। ସେ ଆଶା ମଧ୍ୟ କରିଥିଲେ ଯେ ସେ ଭଲ ନମ୍ବର ଆଣିବେ। କିନ୍ତୁ କେବେବି ପୂର୍ଣ୍ଣ ୫୦୦ ମାର୍କ ପାଇବାର କଳ୍ପନା କରିନଥିଲେ। ପ୍ରଥମେ ୯୫.୨% ମାର୍କ ଆସିବା ପରେ ସେ ନିଜ ଇଂରାଜୀ ଏବଂ ବ୍ୟବସାୟ ଅଧ୍ୟୟନ (Business Studies) ଖାତା ମୂଲ୍ୟାୟନ ଉପରେ ସନ୍ଦେହ କରି ପୁନଃମୂଲ୍ୟାୟନ (Re-evaluation) ପାଇଁ ଆବେଦନ କରିଥିଲେ । ଏହାଦ୍ୱାରା ତାଙ୍କର ୨୪ ମାର୍କ ବଢ଼ିଯାଇଥିଲା ଏବଂ ସେ ସମସ୍ତ ୫ଟି ମୁଖ୍ୟ ବିଷୟରେ ୧୦୦ ଲେଖାଏଁ ପାଇ ଇତିହାସ ସୃଷ୍ଟି କରିଥିଲେ । ଏପରି ଚମତ୍କାର ପ୍ରଦର୍ଶନ ସହିତ, ଅବନୀ ରାଜ୍ୟର ଶ୍ରେଷ୍ଠ ଛାତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇଯାଇଛନ୍ତି।
ଅବନୀ ରାଞ୍ଚିର ଧୁରୱାରେ ଥିବା DPS SAIL ଟାଉନସିପ୍ ସ୍କୁଲର ଛାତ୍ରୀ। ତାଙ୍କ ପିତା, ମିତେଶ କେଜରିୱାଲ୍, ଜଣେ ବ୍ୟବସାୟୀ ଏବଂ ତାଙ୍କ ମାଆ, ପୁନମ୍ କେଜରିୱାଲ୍, ଜଣେ ଗୃହିଣୀ। ପରିବାର ଲୋକଙ୍କ କହିବା କଥା ଯେ ଅବନୀ ଆରମ୍ଭରୁ ତାଙ୍କ ପାଠପଢ଼ା ପ୍ରତି ଅତ୍ୟନ୍ତ ଗମ୍ଭୀର ଏବଂ କଠିନ ପରିଶ୍ରମୀ। ସେ ସର୍ବଦା ଶୃଙ୍ଖଳା ଏବଂ ନିଷ୍ଠାର ସହିତ ପାଠ ପଢ଼ିଥିଲେ, ଯାହାର ଫଳାଫଳ ଆଜି ସେ ଏତେ ଭଲ ମାର୍କ ରଖିବାରେ ସଫଳ ହୋଇଛନ୍ତି।
ଅବନୀ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି, ଯେଉଁମାନେ ତାଙ୍କୁ ପ୍ରତ୍ୟେକ ପଦକ୍ଷେପରେ ମାର୍ଗଦର୍ଶନ ଏବଂ ଉତ୍ସାହିତ କରିଥିଲେ। ଅବନୀଙ୍କର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଯୋଜନା ମଧ୍ୟ ଅଛି। ସେ ବ୍ୟବସାୟ ପରିଚାଳନାରେ ଏକ କ୍ୟାରିଅର କରିବାକୁ ଚାହାଁନ୍ତି।
