ବରଗଡ: ଗତ ୧୩ ତାରିଖରେ ସିବିଏସଏଇ ଶିକ୍ଷର୍ଥୀଙ୍କ ପରୀକ୍ଷା ଫଳ ବାହାରିଥିଵା ବେଳେ କିନ୍ତୁ ବରଗଡ଼ ଜିଲ୍ଲାର ୬ଟି ସ୍କୁଲର ୧୧୮୫ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିନଥିଲା l ଯାହାକୁ ନେଇ ଆଜି ବରଗଡ ଜିଲ୍ଲାର ରେନବୋ ପବ୍ଲିକସ୍କୁଲର ଛାତ୍ରଛାତ୍ରୀ ଓ ଅବିଭାବକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।
ସହରରେ ରହିଥିଵା ରେନବୋ ପବ୍ଲିକ ସ୍କୁଲର ମଧ୍ୟ ପରୀକ୍ଷା ଫଳ ବାହାରି ନଥିବା ବେଳେ ଭବିଷ୍ୟତ ଚିନ୍ତାରେ ରହିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଁଞ୍ଚି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଆମରଣ ଅନଶନ ରେ ବସିବେ ବୋଲି ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।
ତେବେ ପରୀକ୍ଷା ଫଳାଫଳ ଘୋଷଣାରେ ୧୧୮୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦୦ ମାତ୍ର ପାସ୍ କରିଥିବା ହେତୁ, ଦୁର୍ନୀତିର ଗନ୍ଧ ରହିଥିବା କହିଛନ୍ତି ବିଦ୍ୟାର୍ଥୀମାନେ ।
Comments are closed.