Latest Odisha News

BREAKING NEWS

ଖୁବ ଶୀଘ୍ର ବାହାରିବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଖୁବ ଶୀଘ୍ର ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ । ଏ ନେଇ ସିବିଏସଇ ପକ୍ଷରୁ ସୂଚନା ଦିଆ ଯାଇଛି । ଯଦିଓ ଏଥିରେ ତାରିଖ ଓ ସମୟ ଦିଆ ଯାଇନାହିଁ ତେବେ  ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି । ଅପେକ୍ଷାର ଅନ୍ତ ଘଟିଛି । ଖୁବ ଶୀଘ୍ର ରେଜଲ୍ଟ ବାହାରିବ ବୋଲି କୁହାଯାଇଛି । ଏଥରୁ ଅନୁମାନ କରାଯାଉଛି ଖୁବ ଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇପାରେ  ।

BjdElectrycity

ସିବିଏସଇର ଅଫିସିଆଲ ୱେବସାଇଟ  cbse.nic.in କିମ୍ବା cbseresults.nic.in ରୁ ଛାତଛାତ୍ରୀ  ରେଜଲ୍ଟ ଜାଣି ପାରିବେ   । ଏହି ଅଫିସିଆଲ ୱେବ ସାଇଟ ସହ  digilocker.gov.in ରେ ମଧ୍ୟ ରେଜଲ୍ଟ ‌ ଦେଖିପାରିବେ ।

ରେଜଲ୍ଟ ଏବଂ ମାର୍କସିଟ କେମିତି ଡାଉନ ଲୋଡ କରାଯିବ ତାହା ମଧ୍ୟ କୁହାଯାଇଛି ।  ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ରେଜଲ୍ଟ ଡିଜିଲକର୍‌ ଆକାଉଣ୍ଟକୁ ଆକ୍ଟିଭେଟ୍‌ କରି ମାର୍କସିଟ୍‌ ଡାଉନଲୋଡ୍‌ କରିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୬ ଡିଜିଟ୍‌ ସିକ୍ୟୁରିଟି ପିନ୍‌ ଦେବାକୁ ପଡ଼ିବ। ବୋର୍ଡ ପକ୍ଷରୁ ‌ଅନୁବନ୍ଧିତ ସ୍କୁଲ୍‌ ଗୁଡ଼ିକୁ ଡିଜିଲକର୍‌ ସିକ୍ୟୁରିଟି ପିନ୍‌ ଶେୟାର କରାଯାଇଛି।

ସୂଚନାଥାଉ କି,  ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ସିବିଏସ୍‌ଇ ଦଶମ ପରୀକ୍ଷା ହୋଇଥିଲା । ଏଥିପାଇଁ ୨୧ ଲକ୍ଷ ୮୬ ହଜାର  ୯୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ।

ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷାପାଇଁ ୧୯ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ପ୍ରାୟ ୩୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି।

ତେବେ ଏଠି କହରଖିବୁ, ଏହା ପୂର୍ବରୁ ସିବିଏସଇ ଦଶବ ଓ ଦ୍ୱାଦଶ ରେଜଲ୍ଟ ଗୁରୁବାର ପ୍ରକାଶ ପାଇବ  ବୋଲି ସୋସିଆଲ ମିଡିଆରେ ଏକ ଫେକ ନିଉଜ ଘୁରି ବୁଲୁଥିଲା ।  ଏଥିରେ ଆଜି ରେଜଲ୍ଟ ବାହାରିବ ଏବଂ ଏହାକୁ ଛାତ୍ରଛାତ୍ରୀ ୱେବ ସାଇଟରୁ ଅପଲୋଡ  କରିପାରିବେ ବୋଲି ଉଲ୍ଲେଖ ଥିଲ । ହେଲେ ଉଭୟ ସିବିଏସଇ ଏବଂ ମିନଷ୍ଟ୍ରି ଅଫ ଏଡୁକେଶନ ପକ୍ଷରୁ ଏହାକୁ ଫେକ ବୋଲି କୁହାଯାଇଛି ।

 

Leave A Reply

Your email address will not be published.