Latest Odisha News

BREAKING NEWS

ଇମ୍ରାନଙ୍କୁ ଆତଙ୍କୀ ପରି ବ୍ୟବହାର ଦେଖାଉଥିଲେ, ଠେଙ୍ଗାରେ ପିଟୁଥିଲେ; ଶୀଘ୍ର ମୁକ୍ତି ପାଇଁ ଆଦେଶ ଦେଲେ ସୁପ୍ରିମକୋର୍ଟ

ଇସଲାମବାଦ: ମୁକ୍ତ ହେବେ ପାକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗତକାଲି ସୁପ୍ରିମକୋର୍ଟରେ ହାଜର ହେବା ପରେ ତାଙ୍କର ଗିରଫଦାରୀ ବେଆଇନ ବୋଲି କହିଥିଲେ କୋର୍ଟ ।  ତୁରନ୍ତ ତାଙ୍କୁ ମୁକ୍ତ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ରାୟ ପରେ ଜେଲରୁ ମୁକୁଳିଛନ୍ତି ଇମ୍ରାନ୍ ଖାନ୍ । ହେଲେ ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇ ନାହାନ୍ତି । ସେ ପୋଲିସ ଗେଷ୍ଟ ହାଉସରେ ରହିବେ । ପରିବାରର ୧୦ରୁ ୧୨ ଜଣ ସଦସ୍ୟଙ୍କୁ ସାକ୍ଷାତ ପାଇଁ ଅନୁମତି ମିଳିଛି।  ଇମ୍ରାନ ମୁକ୍ତ ହେବା ପରେ ଦେଶରେ ରାଜନୈତିକ ବାତାବରଣ ଆାହୁରି ଅଶାନ୍ତି ହୋଇପଡିଛି ।

ସୁପ୍ରିମକୋର୍ଟ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନଙ୍କ ସହ ଯାହା ହୋଇଛି ନାହା ନ୍ୟାୟ ନୁହେଁ । ତେବେ ଆଜି ପୂର୍ବାହ୍ନ ୧୧ଟା ବେଳେ ଇମ୍ରାନ ଖାନ ଇସଲାମବାଦ ହାଇକୋର୍ଟରେ ପୁଣି ହାଜର ହେବେ ।

ସୁପ୍ରିମକୋର୍ଟରେ ହାଜର ହେବା ପରେ ଇମ୍ରାନ ତାଙ୍କୁ ଜେଲରେ କିପରି ନିର୍ଯାତନା ଦିଆ ଯାଉଛି ସେ ସମ୍ପର୍କରେ କହିଥିଲେ । ସେ କହିଥିଲେ,ମୋତେ ଆତଙ୍କୀ ପରି ବ୍ୟବହାର କରାଯାଉଛି । ଏପରିକି ତାଙ୍କୁ ଠେଙ୍ଗାରେ ମାଡ ଦିଆଯାଇଥିବା ସେ କହିଛନ୍ତି ।

ଅନ୍ୟପକ୍ଷେ ଜେଲରୁ ମୁକ୍ତ ହେବା ପରେ ଇମ୍ରାନ ପିଟିଆଇ କର୍ମକର୍ତ୍ତା ଉତ୍ସବ ମନାଇଛନ୍ତି । ହେଲେ ପୋଲିସ ପକ୍ଷରୁ ଗୁଳିମାଡ କରାଯାଇଥିଲା । ସୁପ୍ରିମକୋର୍ଟ ରାୟ ପରେ ପିଟିଆଇ କର୍ମକର୍ତ୍ତାଙ୍କୁ ହିଂସା ନ କରବା ପାଇଁ ଅନୁରୋଧ କରିଛନ୍ତି ଇମ୍ରାନ  । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପେଶୱାରରେ ସେନ ଟ୍ୟାଙ୍କ ବୁଲୁଥିବା ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.