Latest Odisha News

BREAKING NEWS

ଆଜିଠୁ ସିବିଏସଇ ଦଶମ ପରୀକ୍ଷା,୧୦ଟାରେ ଆରମ୍ଭ ହୋଇ୧ଟାରେ ହେବ ଶେଷ

ଭୁବନେଶ୍ବର : ଆଜିଠୁ ସିବିଏସଇ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୦ଟା ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ୧୦ଟାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାଖାତା ବଣ୍ଟନ କରାଯିବାକୁ ଥିବାବେଳେ ୧୦.୧୫ ମିନିଟରେ ପ୍ରଶ୍ନପତ୍ର ବଣ୍ଟନ ହେବ। ବିଦ୍ୟାର୍ଥୀ ସାଢ଼େ ୧୦ଟା ପର୍ଯ୍ୟନ୍ତ ପ୍ରଶ୍ନପତ୍ର ପଢ଼ିବେ। ଏହାରି ଭିତରେ ପ୍ରଶ୍ନପତ୍ରରେ କୌଣସି ତ୍ରୁଟି ଥିଲେ ପରୀକ୍ଷା ନିରୀକ୍ଷକଙ୍କୁ ଅବଗତ କରାଇବେ। ସାଢ଼େ ୧୦ଟାରୁ ଛାତ୍ରଛାତ୍ରୀ ଉତ୍ତର ଲେଖିବା ଆରମ୍ଭ କରିବେ ବୋଲି ସିବିଏସଇ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକୁ ପରାମର୍ଶ ଦିଆଯାଇଛି । ସେହିପରି ୧୦ଟା ପରେ କୌଣସି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଅପରାହ୍ଣ ସାଢ଼େ ୧ଟାରେ ପରୀକ୍ଷା ଶେଷ ହେବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଥମ ଦିନ ଫ୍ରେଞ୍ଚ ବିଷୟରେ ପରୀକ୍ଷା ଦେବାକୁ ଥିବାବେଳେ ୨୭ ତାରିଖରେ ଇଂରାଜୀ ବିଷୟ ରହିଛି । ଅନ୍ୟପଟରେ ସିବିଏସଇ ପକ୍ଷରୁ ଛାତ୍ରଛାତ୍ରୀମାନେ କିପରି ଶୃଙ୍ଖଳିତ ଭାବେ ପରୀକ୍ଷା ଦେବେ ସେନେଇ କଡ଼ା ବ୍ୟବସ୍ଥା କରାଯାଇଛି ।  ତେଣୁ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯିବା ବେଳେ କାଲକୁଲେଟର ଏବଂ ବୈଦ୍ୟୁତିକ ଉପକରଣ ଆଦି ପରୀକ୍ଷା କେନ୍ଦ୍ର ମଧ୍ୟକୁ ବିଦ୍ୟାର୍ଥୀ ନେଇପାରିବେ ନାହିଁ।

ଚଳିତ ବର୍ଷ ୭୨୪୦ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ରାଜ୍ୟରେ ଭୁବନେଶ୍ବର, କଟକ, ରାଉରକେଲା ଏବଂ ସମ୍ବଲପୁର ସହିତ ଅନ୍ୟାନ୍ୟ ସହର ଏବଂ ଜିଲାଗୁଡିକରେ ଥିବା ସିବିଏସଇ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ଦଶମ ଶ୍ରେଣୀରେ ୨୪ ହଜାର ୪୯୧ ବିଦ୍ୟାଳୟର ମୋଟ ୨୧ଲକ୍ଷ ୮୬ହଜାର ୯୪୦ ପରୀକ୍ଷାର୍ଥୀ ଥିବାବେଳେ ଏଥିମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୯ଲକ୍ଷ ୩୯ହଜାର ୫୬୬, ଛାତ୍ରୀଙ୍କ ସଂଖ୍ୟା ୧୨ଲକ୍ଷ ୪୭ହଜାର ୩୬୪ ଏବଂ ଅନ୍ୟାନ୍ୟ ୧୦ ପରୀକ୍ଷାର୍ଥୀ ରହିଛନ୍ତି। ରାଜ୍ୟରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ଜଣାପଡ଼ିଛି ।

 

 

Leave A Reply

Your email address will not be published.