Latest Odisha News

BREAKING NEWS

ବାହାରିଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ; ଜାଣନ୍ତୁ କେଉଁଦିନ କ’ଣ ରହିଛି

ନୂଆଦିଲ୍ଲୀ:ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ ପ୍ରକାଶ ପାଇଛି ।

BjdElectrycity

ଫେବୃଆାରୀ ୧୫ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ପୂର୍ବରୁ ସିବିଏସଇ ସୂଚନା ଦେଇଥିଲା । ଏବେ ଏହାର ସମ୍ପୂର୍ଣ୍ଣ ବିବରଣୀ ବୋର୍ଡ ପକ୍ଷରୁ ପ୍ରକାଶ ପାଇଛି ।  ଉଭୟ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ୨୦୨୪ ଫେବୃଆରୀ ୧୫ରୁ ଆରମ୍ଭ ହେବ ।

ପରୀକ୍ଷା ସକାଳ ୧୦.୩୦ରୁ ଆରମ୍ଭ ହେବ  । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଫେବୃଆରୀ ୧୯ରୁ ସଂସ୍କୃତ ଭାଷା ସହ ପରୀକ୍ଷା ଆରମ୍ଭ ହେବ । ସେହିପରି ଫେବୃଆରୀ ୨୧ରେ ହିନ୍ଦୀ, ଫେବୃଆରୀ ୨୪ରେ ଓଡ଼ିଆ ଏବଂ  ଫେବୃଆରୀ ୨୬ରେ ଇଂରାଜୀ ପରୀକ୍ଷା ରହିଛି । ମାର୍ଚ୍ଚ ୨ ତାରିଖରେ ସାଇନ୍ସ ଏବଂ ମାର୍ଚ୍ଚ ୪ ତାରିଖରେ ହୋମ ସାଇନ୍ସ ରହିଥିବାବେଳେ  ମାର୍ଚ୍ଚ ୭ ତାରିଖରେ ସୋସିଆଲ ସାଇନ୍ସ ରହିଛି । ମାର୍ଚ୍ଚ ୧୧ ତାରିଖ ମ୍ୟାଥମାଟିକ୍ସ ଏବଂ ମାର୍ଚ୍ଚ ୧୩ ତାରିଖ ଆଇଟି ପେପର ସହ ପରୀକ୍ଷା ଶେଷ ହେବ ।

ଡେଟସିଟ ଡାଉନଲୋଡ କରିବା ପାଇଁ gov.in ଏବଂ cbse.nic.in ୱେବସାଇଟକୁ ଯାଇ ଯାଞ୍ଚ କରିପାରିବେ ।

 

20231211_Class X date sheet for Board examinations 2024

 

Leave A Reply

Your email address will not be published.