Latest Odisha News

BREAKING NEWS

ଅଭୁଲା ୨୦୨୩: ଚାଟ ଜିପିଟି ଠାରୁ ମିଶନ ଚନ୍ଦ୍ରାୟଣ, ଜାଣନ୍ତୁ ଚଳିତ ବର୍ଷ ଲୋକମାନେ ଗୁଗୁଲରେ ସବୁଠାରୁ ଅଧିକ କଣ ସର୍ଚ୍ଚ କରିଛନ୍ତି

ଭୁବନେଶ୍ଵର: ଶେଷ ହେବାକୁ ଯାଉଛି ୨୦୨୩ । ଚଳିତ ବର୍ଷ ଦେଶ ଅନେକ କିଛି ଛୋଟ ବଡ ଘଟଣାର ମୁକ ସାକ୍ଷୀ ହୋଇ ରହିଛି । ସେ ଅତିକ୍ ଅହମ୍ମଦ ହେଉ କିମ୍ବା ଚନ୍ଦ୍ରାୟଣ -୩ । ଯାହାକୁ ନେଇ ଲୋକେ ସୋସିଆଲ ମିଡିଆଠୁ ଆରମ୍ଭ କରି ସମ୍ବାଦ ପତ୍ରିକା/ମାଗାଜିନ, ଏପରିକି ଗୁଗୁଲରେ ମଧ୍ୟ ସେହି ଘଟଣା ବିଷୟରେ ଅଧିକ ସର୍ଚ୍ଚ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ୧୦ଟି ଚର୍ଚ୍ଚିତ ଖବର ଉପରେ ।

ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ବିଷୟଗୁଡ଼ିକ ମଧ୍ୟରେ ପ୍ରଥମେ ରହିଛି ଚନ୍ଦ୍ରୟାନ -୩ ମିଶନ । ଯାହାକୁ ଲୋକମାନେ ଗୁଗୁଲରେ ଅଧିକ ଖୋଜିଥିଲେ । ଏହା ପରେ ଦ୍ୱିତୀୟ ପ୍ରସଙ୍ଗ ହେଉଛି କର୍ଣ୍ଣାଟକ ନିର୍ବାଚନ ଫଳାଫଳ, ଯାହା ଚଳିତ ବର୍ଷ ଗୁଗୁଲର ଟ୍ରେଣ୍ଡରେ ଥିଲା । ତୃତୀୟରେ ରହିଛି ଇସ୍ରାଏଲ-ହାମାସ ଯୁଦ୍ଧ ଯାହାକୁ ଲୋକମାନେ ଗୁଗୁଲରେ ବହୁତ ଖୋଜିଥିଲେ ।

ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ସ୍ଥାନରେ ଯଥାକ୍ରମେ ସତୀଶ କୌଶିକ, ବଜେଟ୍ ୨୦୨୩, ତୁର୍କୀ ଭୂକମ୍ପ ଏବଂ ଅତିକ୍ ଅହମ୍ମଦ ଘଟଣା ସ୍ଥାନ ପାଇଛି । ଏହା ବ୍ୟତୀତ ମାଥ୍ୟୁ ପେରି, ମଣିପୁର ହିଂସା ଏବଂ ଓଡିଶା ବାହାନାଗା ଟ୍ରେନ ଦୁର୍ଘଟଣା ମଧ୍ୟ ଚଳିତ ବର୍ଷ ଗୁଗୁଲ ସର୍ଚ୍ଚରେ ଟ୍ରେଣ୍ଡ ପାଲଟିଥିଲା ।

Leave A Reply

Your email address will not be published.