Latest Odisha News

ରାଜଧାନୀରେ ଦିନରେ ଲୁଟ୍: ମହିଳାଙ୍କ ପାଖରୁ ଝାମ୍ପି ନେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନରେ ଲୁଟ୍ । ମହିଳାଙ୍କ ପାଖରୁ ଝାମ୍ପି ନେଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ୱର ଜୟଦେବ ବିହାର ଛକରେ ଆଜି ସକାଳେ ଏହି ଲୁଟ୍ ହୋଇଛି । ଜଣେ ମହିଳାଙ୍କ ପାଖରୁ ଲୁଟେରା ୧୦ ଲକ୍ଷ ଟଙ୍କା ଛଡ଼ାଇ ଚମ୍ପଟ ମାରିଛନ୍ତି ।

ଲୁଟର ଶିକାର ହୋଇଥିବା ମହିଳାଙ୍କ ନାଁ ଗୀତାଞ୍ଜଳି ପଣ୍ଡା । ସେ ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭାର ଉପଦେଷ୍ଟା ଅଛନ୍ତି । ଅଭିଯୋଗ ଅନୁସାରେ, ଗୀତାଞ୍ଜଳି ପିଲାଙ୍କ ନାଁଲେଖା ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଯାଉଥିଲେ ।

ଏତିକିବେଳେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଜୟେଦବ ବିହାର ଛକ ନିକଟରୁ ତାଙ୍କ ପାଖରୁ ବ୍ୟାଗକୁ ଝାମ୍ପି ନେଇଥିଲେ । ଏନେଇ ଗୀତାଞ୍ଜଳି ନୟାପଲ୍ଲୀ ଥାନାରେ ଏଲତା ଦେଇଛନ୍ତି । ପୋଲିସ ଖୋଳତାଡ ଆରମ୍ଭ କରିଛି ।

Leave A Reply

Your email address will not be published.