Latest Odisha News

BREAKING NEWS

CBSEର ସ୍ପେଶାଲ୍ ସ୍କିମ୍: ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରଭାବିତ ହେଉଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବଡ଼ ଧରଣର ପରିବର୍ତ୍ତନ କରିଛି ସିବିଏସଇ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନୂଆ ସ୍କିମ୍ ଘୋଷଣା କରିଛି । ଏହି ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ବର୍ଷରୁ ଦୁଇ ଥର ବୋର୍ଡ ପରୀକ୍ଷା ଦେବେ । ଏହାକୁ ଦୁଇଟି ପର୍ୟ୍ୟାୟରେ ବିଭକ୍ତ କରାଯାଇଛି । ସିଲାବସରେ ୫୦ ପ୍ରତିଶତ ଲେଖାଏ ପାଠ୍ୟକ୍ରମକୁ ନେଇ ଟର୍ମ-୧ ଓ ଟର୍ମ-୨ ପରୀକ୍ଷା ହେବ ।

ନଭେମ୍ବର-ଡିସେମ୍ବରରେ ଟର୍ମ-୧ ପରୀକ୍ଷା ଓ ମାର୍ଚ୍ଚ-ଏପ୍ରିଲରେ ଟର୍ମ-୨ ପରୀକ୍ଷା ହେବ । ଉଭୟ ପରୀକ୍ଷାର ନମ୍ବରକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ । ବୋର୍ଡ ପକ୍ଷରୁ ମାର୍ଚ୍ଚ ମାସରେ ଜାରି ହୋଇଥିବା ସଂକ୍ଷିପ୍ତ ସିଲାବସ୍ ଅନୁସାରେ ପାଠପଢ଼ା ଯିବ । ସିଲାବସକୁ ତର୍କ ସଂଙ୍ଗତ କରାଯିବ । ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କର ୟୁନିଟ୍ ଟେଷ୍ଟ କରାଯିବ ।

ଆଭ୍ୟନ୍ତରୀଣ ମୂଲ୍ୟାନ, ପ୍ରାକ୍ଟିକାଲ୍ ଓ ପ୍ରୋଜକ୍ଟ ଓ୍ୱାର୍କକୁ ବି ମିଳିବ ଗୁରୁତ୍ୱ । ନବମ ଓ ଦଶମ ଶ୍ରେଣୀ ପାଇଁ ୩ଟି ପିରିୟୋଡିକ୍ ଟେଷ୍ଟ ହେବ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପ୍ରତି ଟପିକ୍ ସରିବା ପରେ ୟୁନିଟ୍ ଟେଷ୍ଟ କରାଯିବ । ମୂଲ୍ୟାୟନକୁ ଡିଜିଟାଲ୍ ମୋଡରେ ରଖିବେ ସ୍କୁଲ କର୍ତ୍ତୃପକ୍ଷ । ସିବିଏସଇର ଆଇଟି ପ୍ଲାଟଫର୍ମରେ ଅପଲୋଡ୍ ହେବ ଆଭ୍ୟନ୍ତରୀଣ ମୂଲ୍ୟାୟନ ।

Leave A Reply

Your email address will not be published.