Latest Odisha News

BREAKING NEWS

ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ

ନୂଆଦିଲ୍ଲୀ: ପରୀକ୍ଷା ତାରିଖ ଘୋଷଣା କଲା ସିବିଏସଇ। ୧୦ମ ଏବଂ ଦ୍ବାଦଶ ପରୀକ୍ଷା ତାରିଖ ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ । ୧୦ମ ଏବଂ ଦ୍ବାଦଶ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ। ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବ ଦଶମ ପରୀକ୍ଷା। ସେହିପରି ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୪ରେ ସରିବ ଦ୍ଵାଦଶ ପରୀକ୍ଷା। 

ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବ। ଫେବ୍ରୁଆରୀ ୧୫ରେ ଦଶମର ଇଂରାଜୀ, ୨୦ରେ ବିଜ୍ଞାନ,୨୨ରେ ସଂସ୍କୃତ, ୨୫ରେ ସାମାଜିକ ବିଜ୍ଞାନ, ୨୮ରେ ହିନ୍ଦୀ ପରୀକ୍ଷା ହେବ। ତେବେ ପ୍ରଥମ ଥର ସିବଏସଇ ପକ୍ଷରୁ ପରୀକ୍ଷା ଆରମ୍ଭ ହେବାର ୮୬ ଦିନ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

Comments are closed.