Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଆୟୋଜିତ ହେଲା ‘ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ’ କର୍ମଶାଳା

ଭୁବନେଶ୍ୱର: ସିବିଏସଇ ସେଣ୍ଟର ଅଫ୍ ଏକ୍ସଲେନ୍ସି ଦ୍ୱାରା ଆୟୋଜିତ ‘ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ୱାର୍କସପ୍’ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ୱାର୍କସପରେ ଶିକ୍ଷାନୁଷ୍ଠାନମାନଙ୍କରେ ନିଜର ଷ୍ଟ୍ରେସ୍ ବା ଚାପକୁ ନିୟନ୍ତ୍ରିତ କରିବା ସହ ଛାତ୍ରଛାତ୍ରୀମାନଙ୍କର ଷ୍ଟ୍ରେସ୍କୁ ନିୟନ୍ତ୍ରିତ କରି ଜୀବନରେ ଆଗେଇବା ପାଇଁ ବିଷଦଭାବେ ଆଲୋଚନା କରାଯାଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲର ପାଖାପାଖି ୧୫୮ ଜଣ ପ୍ରିନ୍ସପାଲ୍ ଏବଂ ଭାଇସପ୍ରିନ୍ସପାଲ୍ ସାମିଲ୍ ହୋଇଥିଲେ ।

ସିବିଏସ୍ଇ ରିସୋର୍ସ ପର୍ସନ୍ ସଙ୍ଗୀତ ଶର୍ମା ଚାପକୁ ନିୟନ୍ତ୍ରିତ କରିବାର ବିଭିନ୍ନ ଉପାୟ ବିଷୟରେ ବିଷଦଭାବେ ଆଲୋଚନା କରିଥିଲେ । ପୌରାଣିକ କାହାଣୀକୁ ବାସ୍ତବିକ ଜୀବନ ସହ ଯୋଡ଼ି ସେ ସନ୍ଦେଶ ଦେଇଥିଲେ ଯେ, ଚାପର ପରିସର ନିଜର ଦକ୍ଷତା ଭିତରେ ରହିଥାଏ ଏବଂ ଏହାକୁ ସକାରାତ୍ମକ ଭାବେ ଆପଣେଇବା ଦ୍ୱାରା ଚାପର କୁପ୍ରଭାବ ମଣିଷ ଉପରେ ପଡ଼ିନଥାଏ । ଶିକ୍ଷକ ଶିକ୍ଷୟତ୍ରୀମାନେ କିପରି ଚାପକୁ ନିଜର ନିୟନ୍ତ୍ରଣ ମଧ୍ୟରେ ରଖିବେ, ନିୟନ୍ତ୍ରଣ କରିବାର ବିଭିନ୍ନ କୌଶଳ ଓ ଦକ୍ଷତା ଏହି ୱାର୍କସପ୍ ମାଧ୍ୟମରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ କହିଥିଲେ ଯେ, ଯେତେବେଳେ ଆମେ ଚାପକୁ ନିୟନ୍ତ୍ରଣ କରିବାର କୌଶଳ ଶିଖିଯିବା, ଏହା ଆମ ଭିତରେ ଥିବା ଭଲପଣକୁ ଆଗକୁ ଆଣିବା ସହ ଆମର କାର୍ଯ୍ୟ ଜୀବନରେ ସୁଧାର ଆଣିବାରେ ସାହାଯ୍ୟ କରିବ । ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟର ସେଣ୍ଟର ଅଫ୍ ଏକ୍ସିଲେନ୍ସି ମୁଖ୍ୟ ସଞ୍ଜୀବ ଶ୍ରୀବାସ୍ତବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.