Latest Odisha News

BREAKING NEWS

ଆଇଏମଏସ୍ ଏବଂ ସମ୍ ହସ୍ପିଟାଲରେ ‘ଫିଜିଓ-ଫିଏଷ୍ଟା ୨୦୧୯’ ଆୟୋଜିତ

ଭୁବନେଶ୍ୱର: ବର୍ତ୍ତମାନର ସମାଜରେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ମଣିଷ ଅସୁସ୍ଥ ହୋଇପଡ଼ୁଛି । ତେବେ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ଲାଗି ଫିଜିଓଥେରାପିର ଯଥେଷ୍ଟ ଆବଶ୍ୟତା ରହିଛି ।

ଶିକ୍ଷା ଓ ଅସୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏବଂ ସମ୍ ହସ୍ପିଟାଲ ପକ୍ଷରୁ ଅୟୋଜିତ ଓଡ଼ିଶା ଷ୍ଟେଟ୍ ଫିଜିଓଥେରାପି କନ୍ଫରେନସ୍ “ଫିଜିଓ-ଫିଏଷ୍ଟା ୨୦୧୯”ର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇଏମଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଏହି ମତବ୍ୟକ୍ତ କରିଛନ୍ତି ।

ଶ୍ରୀସାହୁ କହିଛନ୍ତି ଯେ, ସୁସ୍ଥ ମଣିଷ ପାଇଁ ମଧ୍ୟ ଫିଜିଓଥେରାପିର ଅବଶ୍ୟକତା ରହିଛି । ଏଥିସହିତ ଆମେ ଆମ ବୃଦ୍ଧ ପିତାମାତାଙ୍କୁ ମଧ୍ୟ ଫିଜିଓଥେରାପି ଦେବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ ହସ୍ପିଟାଲର ମେଡ଼ିକାଲ ଅଧିକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ରୋଗୀ ସେବା କ୍ଷେତ୍ରରେ ଫିଜିଓଥେରାପିର ଏକ ବଡ଼ ଭୂମିକା ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ ।

ଅପରେସନ ପରେ ମଧ୍ୟ ରୋଗୀ ନିକଟରେ ଅନେକ ସମସ୍ୟା ରହିଥାଏ । ଯାହା କି ଫିଜଓଥେରାପି ଦ୍ୱାରା ହିଁ ସମାଧାନ କରାଯାଇଥାଏ । କୌଣସି ଅପରେସନ ପିଜିଓଥେରାପି ବିନା ସମ୍ପୁର୍ଣ୍ଣ ନୁହେଁ ବୋଲି ଏହି ଅବସରରେ ଏସଭି ନିରତାରର ମୁଖ୍ୟ ପ୍ରଫେସର ପତିତପାବନ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଫିଜିଓଥେରାପି ସଂଘର ସଭାପତି ଡା. ସଂଜୀବ ଝା ଯୋଗଦେଇ ଓଡ଼ିଶାରେ ଯଥାଶୀଘ୍ର ଫିଜିଓଥେରାପି କାଉନସିଲ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପିଜିଓଥେରାପି ଷ୍ଟାଫ୍ ଏବଂ ସବୁ ସ୍କୁଲରେ ଫିଜିଓଥେରାପି ଶିକ୍ଷକଙ୍କର ନିଯୁକ୍ତିର ଆବଶ୍ୟକତା ରହିଛି । ୨୦୨୫ ସୁ୍ଦ୍ଧା ଦେଶରେ ୫୪୦ଟି ଭାରତୀୟ ଫଜିିଓଥେରାପି ସଂଘର ଶାଖା ଖୋଲାଯିବା ସହ ସବୁ ଗ୍ରାମରେ ପିଜିଓଥେରାପିଷ୍ଟ୍ ନିଯୁକ୍ତ କରାଯିବ ବୋଲି ସେ ଦୃଢ଼ଭାବେ କହିଥିଲେ ।

ଆୟୋଜିତ ସମ୍ମିଳନୀରେ ରାଜ୍ୟର ବିିଭିନ୍ନ ହସ୍ପିଟାଲ ଏବଂ ଫିଜିଓଥେରାପି କେନ୍ଦ୍ରର ଡାକ୍ତର ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.