Latest Odisha News

BREAKING NEWS

ରେଜଲ୍ଟ ବାହାରିବାର ତିନି ଘଣ୍ଟା ପରେ ବି ଖୋଲୁନି ସିବିଏସ୍‌ଇ ୱେବସାଇଟ୍‌, ଟେନ୍‌ସନ୍‌ରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିବିଏସ୍‌ଇ ପକ୍ଷରୁ ଆଜି ପ୍ରକାଶ ପାଇଛି ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । କିନ୍ତୁ ରେଜଲ୍ଟ ବାହାରିବାର ଦୁଇ ଘଣ୍ଟା ବିତିଯାଇଥିଲେ ବି ୱେବସାଇଟ ଖୋଲୁନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ଓ ଚାପ ବଢିବାରେ ଲାଗିଛିି ।

ଏ ନେଇ ଡିପିଏସ୍ ସ୍କୁଲର ବିଦ୍ୟା କହିଛନ୍ତି ଯେ, ‘ମୁଁ ମୋ ରେଜଲ୍ଟ ଜାଣିବା ପାଇଁ ବାରମ୍ବାର ୱେବସାଇଟ୍ ଭିଜିିଟ୍ କରୁଛି । କିନ୍ତୁ ଏହା ଖୋଲୁ ନାହିଁ ।’

ସେହିପରି ବିଜେଇଏମ୍ ସ୍କୁଲ ସୁଭଦାଶ୍ରୀ ନନ୍ଦ କହିଛନ୍ତି, ‘ୱେବସାଇଟ୍ ଖୋଲୁ ନ ଥିବାରୁ ମତେ ଭାରି ବ୍ୟସ୍ତ ଲାଗୁଥିଲା । ମୁଁ ଆମ ସ୍କୁଲକୁ ମଧ୍ୟ ଫୋନ କରିବା ପରେ ସାରଙ୍କଠାରୁ ରେଜଲ୍ଟ ଜାଣି ପାରିଲି । କିନ୍ତୁ ୱେବସାଇଟ ଖୋଲୁ ନ ଥିବାରୁ ମୋର ଅନେକ ସାଙ୍ଗ ଏବେ ବି କେତେ ମାର୍କ ରଖିଛନ୍ତି ତାହା ଜାଣି ପାରୁନାହାନ୍ତି । ’

ସେପଟେ ଅଭିଭାବକମାନେ କହିଛନ୍ତି ଯେ, ଏପରି ସ୍ଥିତି ସୃଷ୍ଟି ହୋଇଥିବାରୁ ପିଲାମାନେ ଚାପଗ୍ରସ୍ତ ହୋଇପଡୁଛନ୍ତି ।

ଏନଡିଟିଭିର ରିପୋର୍ଟ ଅନୁସାରେ ସିବିଏସ୍‌ଇ କର୍ତ୍ତୃପକ୍ଷ କହିଛନ୍ତି ଯେ, ୱେବସାଇଟ୍‌ରେ ସମସ୍ୟା ଦେଖାଯାଇଥିବାର ରେଜଲ୍ଟ ମିଳିପାରୁନି । ଆଉ ଦୁଇ ଘଣ୍ଟା ମଧ୍ୟରେ ସମାଧାନ ହୋଇଯିବ । ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । ତେବେ ଏହା ପ୍ରତ୍ୟେକ ସ୍କୁଲକୁ ମେଲରେ ପଠାଯାଇଛି । ଛାତ୍ରଛାତ୍ରୀ ସ୍କୁଲରୁ ଏହା ଜାଣିପାରିବେ । ’

Leave A Reply

Your email address will not be published.