ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଆରମ୍ଭ ହେଲା ସିସି ଟିଭି ବ୍ୟବସ୍ଥା। ବାଲିଗୁଡ଼ା ଏନ୍ଏସି ପକ୍ଷରୁ ସହରରେ ସିସି ଟିଭିର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଏହାର ଶୁଭ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧି ଟୁନା ଦାସ, ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ,ବିଡିଓ ଶଶାଙ୍କ ପାତ୍ର , ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ବାଲିଗୁଡ଼ା ଉପକାରାଗାର ଠାରୁ ଦଣ୍ଡପଦର ପର୍ଯ୍ୟନ୍ତ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ୫୦ଟି ସିସି କ୍ୟାମେରା ଖଞ୍ଜା ଯାଇଛି। ସେଥି ମଧ୍ୟରେ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକର୍ଡର, ପିଟିଏନ୍ ଓ ବୁଲେଟ୍ କ୍ୟାମେରା ଖଞ୍ଜା ଯାଇଥିବା ଜଣାପଡ଼ିଛି । ଯାହାଫଳରେ ସହରରେ ଘଟୁଥିବା ଅପରାଧ, ଚୋରି, ଲୁଟ୍ ଭଳି ସମସ୍ୟାକୁ ରୋକିବା ସହ ଦୃତ ଗତିରେ ଯାତାୟାତ କରୁଥିବା ଗାଡ଼ି ଏବଂ ଗାଡ଼ିର ନମ୍ୱର ପ୍ଲେଟକୁ ସହଜରେ ଧରାଯାଇପାରିବ ବୋଲି କହିଛନ୍ତି ସ୍ଥାନୀୟ ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ। ସହରରେ ସିସି ଟିଭିର ବ୍ୟବସ୍ଥା କରିବା ପାଇଁ ପକ୍ଷରୁ ଦାବୀ ହୋଇଆସୁଥିଲା। ଦୀର୍ଘ ଦିନ ପରେ ଆଜି ପ୍ରଶାସନର ଆନ୍ତରିକତା ଯୋଗୁଁ ସହରରେ ସିସିଟିଭି ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ ସହରବାସୀଙ୍କ ମନରେ ବେସ୍ ଉତ୍ସାହ ଦେଖିବାକୁ ମିଳିଛି।
Comments are closed.