Latest Odisha News

BREAKING NEWS

ମରକ୍କୋ ସମୁଦ୍ରରେ ରହୁଥିଲା ଏହି ଭୟଙ୍କର ଜୀବ

ଲଣ୍ଡନ: ସମୁଦ୍ରରେ ରହସ୍ୟ ଏବେ ବି ସମ୍ପୂର୍ଣ୍ଣ ଭାବେ ଉଜାଗର ହୋଇପାରି ନାହିଁ । କିଛି ନା କିଛି ଅଦ୍ଭୁତ ତଥ୍ୟ ବୈଜ୍ଞାନିକଙ୍କ ହାତରେ ଲାଗୁଛି । କିଛି ଦିନ ତଳେ ମରକ୍କୋର ବୈଜ୍ଞାନିକମାନଙ୍କୁ ଏକ ଅଦ୍ଭୁତ ସାମୁଦ୍ରିକ ଜୀବର ଜୀବାଶ୍ମ ମିଳିଛି । ଯାହା କି ଦେଖିବାକୁ ଅତି ଭୟଙ୍କର । ଏହାର ଦାନ୍ତ ଶାର୍କ ପରି ମାରାତ୍ମକ ହୋଇଥିବା ବେଳେ ଦେଖିବାକୁ କୋମୋଦୋ ଡ୍ରାଗନ ସଦୃଶ । ୩୦ରୁ୩୩ ଫୁଟ ଏହି ଲମ୍ବା ପ୍ରାଣୀକୁ ମରକ୍କୋ ସମୁଦ୍ରର ରାଜା କୁହା ଯାଉଥିଲା । ଏହା ପାଖକୁ ଯେଉଁ ପ୍ରାଣୀ ଯାଉଥିବା ତାର ବଂଚିବା ଏକପ୍ରକାର ଅସମ୍ଭବ ଥିଲା । ୬୬ ଲକ୍ଷ ବର୍ଷ ତଳର ଏହି ଜୀବ ଡାଇନୋଶର ପରି ହଠାତ ଲୁପ୍ତ ହୋଇ ଯାଇଥିଲା । ତେବେ ଏହାର କାରଣ କଣ ଥିଲା ତାହା ବୈଜ୍ଞାନିକମାନେ ଜାଣିପାରି ନାହାନ୍ତି ।

ସମୁଦ୍ରର ଏହି ମାରାତ୍ମକ ପ୍ରାଣୀକୁ ଭୋକ ଲାଗିଲେ ସେ ଏହାକୁ ବିଦାରି ପକାଉଥିଲା । କିଛି ନ ଖାଇବା ପର୍ଯ୍ୟନ୍ତ ସେ ଶାନ୍ତ ହେଉ ନ ଥିଲା । ମିଳିଥିବା ଜୀବାଶ୍ମରେ ଏହାର ଶରୀରରେ ଅନେକ ଖଣ୍ଡିଆ ଖାବରା ଦେଖିବାକୁ ମିଳିଥିଲା । ସମୁଦ୍ରର ଇକୋ ସିଷ୍ଟମକୁ ସେ ନିୟନ୍ତ୍ରଣ କରୁଥିଲା କହିଲେ ଭୁଲ ହେବନି । ଏବେ ବୈଜ୍ଞାନିକମାନେ ଏହି ପ୍ରାଣୀ ବିଶ୍ୱର ଅନ୍ୟ କେଉଁ ସମୁଦ୍ରରେ ରହୁଥିବା ନାହିଁ ଗବେଷଣା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.