ନୂଆଦିଲ୍ଲୀ: କାଫେ କଫି ଡେ ମାଲିକ ଭି ଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି । କଫି ଡେ’ ଏଣ୍ଟର୍ପ୍ରାଇଜେସ୍ ଲିମିଟେଡକୁ ନେଇ କରାଯାଇଥିବା ତଦନ୍ତରୁ ଜଣାଯାଇଛି ଯେ, କଫି ଡେ’ ଏଣ୍ଟର୍ପ୍ରାଇଜେସ୍ର ବୁକ୍ରୁ ୩,୫୦୦ରୁ ୪,୦୦୦ କୋଟି ଟଙ୍କା ଗାଏବ୍ ଅଛି । ସିବିଆଇର ପୂର୍ବତନ ଡିଆଇଜି ଅଶୋକ କୁମାର ମଲହୋତ୍ରା ଏବଂ ଆଭାସ୍ତା ଲିଗାଲ୍ର ଏମ୍. ଆର୍. ଭେଙ୍କଟେଶଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା ।
ସିଦ୍ଧାର୍ଥଙ୍କ କମ୍ପାନି ମହୀଶୁର ଆମାଲ୍ଗାମେଟେଡ୍ କଫି ଇଷ୍ଟେଟ୍ସ ଏବଂ ଅନେକ ଗୁପ୍ କମ୍ପାନିଗୁଡିକ ମଧ୍ୟରେ କେତେକ ସନ୍ଦେହଜନକ ଟ୍ରାଞ୍ଜାକ୍ସନ୍ ହୋଇଛି । ଖୁବ୍ଶୀଘ୍ର ଏହି ତଦନ୍ତ ରିପୋର୍ଟକୁ ପ୍ରଘଟ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଗତବର୍ଷ ଜୁଲାଇରେ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପରେ ସିଡିଇଏଲ୍ର ବୋର୍ଡ ପକ୍ଷରୁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏଥିରୁ ଜଣାଯାଇଛି ଯେ, ଭାରତୀୟ ଆଇନ ବ୍ୟବସ୍ଥାର ଅନୁପାଳନ କରା ନ ଯାଇ କେତେକ ଆର୍ଥିକ କାରବାର କମ୍ପାନିରେ ହୋଇଛି ।
Comments are closed.