Latest Odisha News

କାହିଁକି ଗାଈ ବିକି ସ୍ମାର୍ଟଫୋନ୍ କିଣିଲେ କୁଲଦୀପ ?

ହିମାଚଳ ପ୍ରଦେଶ: କରୋନା ମାଡରେ ଛଟପଟ ଧନୀଠୁ ଗରିବ ସମସ୍ତେ । କାହା ପାଖରେ ପଇସା ଥାଇ ହନ୍ତସନ୍ତ, ତ କିଏ ଖାଇବାକୁ ଗଣ୍ଡେ ଦାନା ଯୋଗାଡ କରିନପାରି ଜୀବନ ହାରୁଛି । ପେଟକୁ ମୁଠେ ଭାତ ଯୋଗାଡ କରିବା ଚିନ୍ତା ଛାଡିଲେ ଆହୁରି ଅନେକ ସମସ୍ୟା ମାଡି ବସୁଛି ।

ହିମାଚଳ ପ୍ରଦେଶର କୁଲଦୀପ କୁମାର ଗୋଟିଏ ସ୍ମାର୍ଟଫୋନ କିଣିବା ପାଇଁ ନିଜ ରୋଜଗାରର ଏକମାତ୍ର ମାଧ୍ୟମକୁ ବଳିପକାଇବାକୁ ବାଧ୍ୟ ହୋଇଛନ୍ତି । ତେବେ ମଉଜ ମଜଜଲିସ୍ କି ଟାଇମ୍‌ପାସ୍ ନୁହେଁ । ବରଂ ଆଜିର ଆଧୁନିକ ଶିକ୍ଷା ଢାଂଚାରେ ପେସି ହୋଇ ନିଜ ଦୁଇ ଛୁଆଙ୍କ ଅନ୍‌ଲାଇନ୍ ପାଠପଢା ପାଇଁ ସ୍ମାର୍ଟଫୋନ୍‌ଟିଏ କିଣିଛନ୍ତି ।

ଗୁମ୍ମର ଗାଁର କୁଲଦୀପଙ୍କ ପିଲାମାନେ ଯେଉଁ ସ୍କୁଲରେ ପାଠ ପଢନ୍ତି, ସେଠୁ ଲଗାତାର ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍‌ଟିଏ କିଣିବା ପାଇଁ ଚାପ ପଡୁଥିଲା । ପ୍ରାୟ ମାସଟେ ଧରି କୁଲଦୀପ ମୋବାଇଲଟିଏ କିଣିବା ପାଇଁ ବ୍ୟାଙ୍କଠାରୁ ଆରମ୍ଭ କରି ସୁଧ ବେପାରୀଙ୍କୁ ହାତ ଯୋଡିଥିଲେ । ହେଲେ କେହି ବି ତାଙ୍କୁ ସାହାଯ୍ୟ କରିନଥିଲେ । ଶେଷରେ ବାଧ୍ୟ ହୋଇ ସେ ନିଜ ରୋଜଗାରର ଏକମାତ୍ର ମାଧ୍ୟମ ଗାଇକୁ ବିକି ୬ହଜାର ଟଙ୍କାରେ ଏକ ସ୍ମାଟଫୋନ କିଣିଥିଲେ ।

ସୋସିଆଲ ମିଡିଆରେ ଏହି ଖବର ଅଭିନେତା ସୋନୁ ସୁଦଙ୍କ ଆଖିରେ ପଡିବା ମାତ୍ରେ ସେ ସହାୟତା ପାଇଁ ଆଗେଇ ଆସିଥିଲେ । ଜଣେ ସ୍ଥାନୀୟ ସାମ୍ବାଦିକଙ୍କଠାରୁ ଟିକ୍‌ନିକ୍ ଖବର ନେବା ପରେ ସୋନୁ କୁଲଦୀପଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିଲେ ।

Leave A Reply

Your email address will not be published.