Latest Odisha News

BREAKING NEWS

ଧାନ ମଣ୍ଡିରେ ଲାଗିବ ସିସିଟିଭି

ଭୁବନେଶ୍ବର: ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସି କ୍ୟାମେରା । ମଣ୍ଡିରେ ଦୁର୍ନୀତି ରୋକିବା ପାଇଁ କିଛି ଏମିତି ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଲି ସେତିକି ନୁହେଁ, ମଣ୍ଡିରେ ସିସିଟିଭି ସହ ଧାନ ନେଇ ଯାଉଥିବା ଗାଡିରେ ମଧ୍ୟ ଲାଗିବ ଜିପିଏସ୍ ।

ଆଗାମୀ ୨ ମାସ ଭିତରେ ଧାନ ମଣ୍ଡିରେ ଲାଗିବ ସିସିଟିଭି । ମଣ୍ଡିରେ ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର ହେବ । ଏହା ଦ୍ବାରା କୃଷକଙ୍କ ସ୍ବାର୍ଥ ବିରୁଦ୍ଧରେ ଯାଉଥିବା ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ସାବାଡ୍ କରାଯିବ । ଏହାସହିତ ମଣ୍ଡିରେ ସିସିଟିଭି ସହ ଧାନ ନେଇ ଯାଉଥିବା ଗାଡ଼ିରେ ଜିପିଏସ୍‌ ମଧ୍ୟ ଲାଗିବ ବୋଲି କହିଛନ୍ତି ମନ୍ତ୍ରୀ । ସେ ଏହା ବି କହିଛନ୍ତି ଗାଡିରେ ଜିପିଏସ ଲାଗିବା ଦ୍ବାରା ଆମେ ଜାଣିପାରିବୁ ଯେ ଏହା ମଣ୍ଡିରୁ ଡିଲରଙ୍କ ପାଖକୁ ଯାଉଛି କି ନାହିଁ । ଏହା ସହିତ ଡିଲରଙ୍କ ଠାରୁ ଆସୁଥିବା ସମସ୍ତ ଫସଲ ମଧ୍ୟ ଠିକ୍ ଭାବରେ ଗୋଦାମରେ ରହୁଛି ନା ନାହିଁ ତାକୁ ଯାଞ୍ଚ କରିବାରେ ସାହାର୍ଯ୍ୟ କରିବ ।

Leave A Reply

Your email address will not be published.