Latest Odisha News

BREAKING NEWS

ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆ‌ଯାଇଥିବା କହିଲେ ବିଭାଗୀୟ ମନ୍ତ୍ରୀ

କଟକ: କଟକ ସିଡିଏ‌ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି କେଳେଙ୍କାରୀରେ ଜାଲିଆତି ମାମଲା । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ଘଟଣାର ତଦନ୍ତ ନେଇ ବିଭାଗକୁ ନିର୍ଦ୍ଦେଶ ଦିଆ‌ଯାଇଛି । ତଦନ୍ତ ରିପୋର୍ଟ ଆସିଲା ପରେ ଯାଇ ପଦକ୍ଷେପ ନିଆଯିବ ।

ଅନ୍ୟପଟେ, ସିଡିଏ ଭିସି କହିଛନ୍ତି, ନିୟମ ଅନୁସାରେ ଟେଣ୍ଡର ହୋଇଛି । ସିଡିଏ‌ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମିକୁ ନିର୍ଦ୍ଦିଷ୍ଟ ସଂସ୍ଥାକୁ ସୁହାଇଲା ଭଳି ଟେଣ୍ଡର କରାଇ ନେବା ଯୋଜନାରେ ସର୍ବନିମ୍ନ ସତର୍କତାକୁ ଅଣଦେଖା କରାଯାଇଛି ।

ଅନ୍ୟପଟେ ଏ ସଂପର୍କରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ମତାମତ ଲୋଡ଼ାଯିବାରୁ ‌ସେ ଏ ସଂପର୍କରେ ଯାଞ୍ଚ କରି ଦେଖିବେ ବୋଲି କହିଥିଲେ । ନଗର ଉନ୍ନୟନ କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣାର ଯାଞ୍ଚ କରାଯିବା ସହିତ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି ।

Leave A Reply

Your email address will not be published.