Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସିଡିପିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସିଡିପିଓ । ଅଙ୍ଗନୱାଡ଼ି ପିଲାଙ୍କ ଡ୍ରେସ କିଣା ବିଲ୍ ପାସ୍ କରିବା ପାଇଁ ଟଙ୍କା ନେଉଥିଲେ ସିଡିପିଓ । ହାତ ବଢାଇଲା ବେଳକୁ ମାଡ଼ିବସିଲା ଭିଜିଲାନ୍ସ ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ସିଡିପିଓ ସୁଷମା ପ୍ରସାଦ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ଅଙ୍ଗନୱାଡ଼ି ପିଲାଙ୍କ ଡ୍ରେସ କିଣା ବିଲ ପାସ୍ କରିବା ପାଇଁ କୁଟ୍ରିଛାପର ସେକ୍ଟରର ୧୪ଟି ଅଙ୍ଗନୱାଡ଼ି କର୍ମୀଙ୍କଠାରୁ ୨୭ ହଜାର ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏ ବାବଦରେ ତହରାକାରୀୟାଗୁଡ଼ାର ଅଙ୍ଗନୱାଡଡ଼ି କର୍ମୀ ରଞ୍ଜିିତା ନାୟକ ସନ୍ଧ୍ୟା ସମୟରେ ସିଡ଼ିପିଓଙ୍କ ଭଡ଼ା ଘରେ ପହଞ୍ଚି ଟଙ୍କା ଦେଉଥିଲେ । ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍ ଚଢାଉ କରି ସିଡିପିଓଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଥିଲା ।

ଭିଜିଲାନ୍ସ ଟିମର ଏହି ଚଢାଉରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗର ୮ଜଣ ସଦସ୍ୟ ଥିଲେ । ଟିମର ମୁଖ୍ୟ ଡିଏସପି କଲାବତୀ ବାଘ ଏଭଂ ଭିଜିଲାନ୍ସ ଇନ୍ସପେକ୍ଟର ଭିମସେନ ପୂଜାରୀ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.