ପୁରୀ: ଆଉ ଦିନକ ପରେ ୨୦୨୧ ବିଦାୟ ନେଇଯିବ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଏ ବର୍ଷ ଓଡିଶା କ୍ରୀଡାର ଏକ ସଫଳ ବର୍ଷ କହିଲେ ଭୁଲ ହେବନି । ଅଲିମ୍ପିକ ପଦକ ଖାତାରେ ନାମ ଯୋଡି ହେବାଠାରୁ ଆରମ୍ଭ କରି ଅନେକ କିଛି ଘଟିଯାଇଛି, ଯାହା କି ଆମକୁ ଗୌରବାନ୍ୱିତ କରିଛି । କ୍ରିକେଟ, ଦୂତି ଚାନ୍ଦ ଆଶା ପୂରଣ କରିପାରି ନ ଥିବା ବେଳେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ପ୍ରମୋଦ ଭଗତ ଓଡିଶାର ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଆସନ୍ତୁ ନଜର ପକାଇବେ ୨୦୨୧ ଓଡିଶା କ୍ରୀଡା ଉପରେ..
ଅଲିମ୍ପିକ୍ସରେ ପଦକ, ହକିରେ ସ୍ୱଣ୍ଣିମ ଅଧ୍ୟାୟ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରି ସମସ୍ତଙ୍କ ମନି ଜିଣିଥିଲେ । ଏହି ପଦକ ବିଜୟୀ ଦଳରେ ଓଡିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଥିଲେ । ମହିଳା ହକିରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ହାସଲରୁ ବଂଚିତ ହୋଇଥିଲା । ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଓଡିଶାର ମାନ ବଢ଼ାଇଥିଲେ । ଭୁବନେଶ୍ୱରରେ ଆୟୋଜିତ ଜୁନିୟର ପୁରୁଷ ହକିରେ ସୁଦୀପ ଚିର୍ମୋକା, ସୁନୀଲ ଯୋଯୋ ଓ ଅଭିଷେକ ଲାକ୍ରା ଏବଂ ଚାମ୍ପିୟନ୍ସ ଟ୍ରଫି ଦଳରେ ଦୀପସାନ ତିର୍କୀ, ନୀଲମ ସଞ୍ଜୀବ ଖେସ ଓ ଶିଳାନନ୍ଦ ଲାକ୍ରା ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।
ପାରା ଅଲିମ୍ପିକ୍ସ ଆଉ ପ୍ରମୋଦ: ପାରା ଅଲିମ୍ପିକ୍ସରେ ଓଡିଶାର ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି । ପ୍ରଥମ ଓଡିଆ ଭାବେ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମଧ୍ୟ ପାଇଛନ୍ତି । ଏହି ବର୍ଷ ବୀରେନ୍ଦ୍ର ଓ ଅମିତ ଅର୍ଜୁନ ଏବଂ ପ୍ରଶିକ୍ଷକ ତପନ ପାଣିଗ୍ରାହୀଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା ।
ନିରାଶ କଲେ କ୍ରିକେଟ ଆଉ ଦୂତି: ଟୋକିଓ ଅଲିମ୍ପିକ୍ସରେ ଦୂତି ଚାନ୍ଦଙ୍କ ବହୁତ କିଛି ଆଶା କରାଯାଉଥିଲେ ମଧ୍ୟ ସେ ନିରାଶ କରିଥିଲେ । ସେହିପରି କ୍ରିକେଟରେ ମଧ୍ୟ ଓଡିଶାର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନ ଥିଲା ।
ଦକ୍ଷତା ଦେଖାଇଲେ ଋତାପର୍ଣ୍ଣା :ବ୍ୟାଡମିଂଟନରେ ଋତାପର୍ଣ୍ଣା ପଣ୍ଡା ଆନ୍ତର୍ଜାତୀୟସ୍ତରରେ ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି । ଉବେର କପର ମହିଳା ଡବଲ୍ସରେ ଅଶ୍ୱୀନ ପୋନପ୍ପା ଓ ଋତାପର୍ଣ୍ଣା ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ କିଦାମ୍ବି ଶ୍ରୀକାନ୍ତଙ୍କ ସହ ମିକ୍ସଡ ଡବଲ୍ସରେ ମଧ୍ୟ ଖେଳିଥିଲେ ।ରଗବୀରେ ରୌପ୍ୟ: ଓଡିଶାରେ ଏଥର ଜାତୀୟ ଜୁନିୟର ରଗବୀ ସେଭେନ୍ସ ଆୟୋଜିତ ହୋଇଥିଲା । ରୌପ୍ୟ ବିଜୟୀ ଭାରତୀ ଦଳରେ ସ୍ଥାନ ପାଇଥିଲେ ଓଡିଆ ଖେଳାଳି ତାରୁଲତା ନାୟକ, ମାମା ନାୟକ ଓ ନିର୍ମଳା ରାଉତ । ବାଳକ ଦଳ ମଧ୍ୟ ଜୁନିୟର ଏବଂ ସିନିୟର ବିଭାଗରେ ଭଲ ପ୍ରଦର୍ଶନ କରିଥିଲେ ।
ଛାଡି ଚାଲିଗଲେ: କ୍ରିକେଟର ରବି ନାରାୟଣ ପଣ୍ଡା, ପ୍ରଶାନ୍ତ ମହାପାତ୍ର, ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକ, ଭାରୋତୋଳିକା ମଧୁଲିକା ରାଉତ ଆମକୁ ଛାଡି ଚାଲିଯାଇଛନ୍ତି ।
ଜାତୀୟ ବିଶ୍ୱକପ ଦଳରେ ଶ୍ରୀୟଙ୍କା: ଉଦୀୟମାନ ମହିଳା ଶୁଟର ଶ୍ରୀୟଙ୍କା ଷଡଙ୍ଗୀ ଶୁଟିଂ ବିଶ୍ୱକପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ସେ ପ୍ରଥମ ଓଡିଆ ଭାବେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଭାରୋତୋଳନରେ ଝିଲୀଙ୍କ ସଫଳତା: ଝିଲ୍ଲୀ ଦଳବେହେରା ଏସୀୟ ସିନିୟର ଭାରୋତୋଳନରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ଏବଂ ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିଲେ ।
BREAKING NEWS
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!
- ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍
- ମୋଦୀଙ୍କୁ ସାହାଯ୍ୟ ମାଗିବାର କିଛି ଦିନ ଭିତରେ ମିଳିଲା ନ୍ୟାୟ: ସମାଧାନ ହେଲା ମୁମ୍ବାଇର ବହୁ ଚର୍ଚ୍ଚିତ ଜମି ବିବାଦ ମାମଲା
- କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ
- ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ
- ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର

Comments are closed.