କଟକ: କଟକ ଜିଲ୍ଲା ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣ । ପରୀକ୍ଷା ଚାଲିଥିବାବେଳେ ଖସିପଡିଲା ଫ୍ୟାନ । ଫ୍ୟାନ ତଳେ ବସିଥିବା ୨ ଛାତ୍ରଙ୍କ ଉପରେ ଏହା ଛିଡ଼ିପଡ଼ିଥିବା ଜଣାପଡ଼ିଛି । ଫଳରେ ଉଭୟେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆାହତ ଛାତ୍ର ଦ୍ୱୟ ହେଲେ ସମୀର ସେଠୀ ଓ ତାପସ ଜେନା ।
ମିଳିଥିବା ଖବରରୁ ଜଣାଯାଇଛି, ଜଣେ ଛାତ୍ରଙ୍କ ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣେ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଛି । ଉଭୟେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ଛାତ୍ର । ସମୀରଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ତାପସଙ୍କ ବେକରେ ଆଘାତ ଲାଗିଛି । ଏହି ଘଟଣା ପରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନ ଭୟଭୀତ ହୋଇ ଯାଇଥିଲେ ।
ଏହି ଘଟଣା ପରେ କଲେଜର ଅବ୍ୟବସ୍ଥା ପଦାକୁ ଆସିଛି । ଖରାଦିନ ପୂର୍ବରୁ ଫ୍ୟାନକୁ କାହିଁକି ମରାମତି କରାଯାଇ ନାହିଁ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି
Comments are closed.